ପଏଣ୍ଟ୍‌ର ପ୍ରତିଶତ (ପିଟିସି) କ’ଣ?

୨୦୨୦ ମାର୍ଚ୍ଚ ମାସ ପୂର୍ବରୁ ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ପଏଣ୍ଟ୍‌କୁ ନେଇ ଫାଇନାଲ୍‌ ପ୍ରତିଦ୍ବନ୍ଦ୍ବୀ ସ୍ଥିର ହେବାର ନିୟମ ରହିଥିଲା। ଏହି ଅନୁଯାୟୀ ଭାରତ ଆଗରେ ରହିଥିଲା। ହେଲେ କରୋନା ମହାମାରୀ ସବୁକିଛି ବିଗାଡ଼ି ଦେଇଥିଲା। କରୋନା ମହାମାରୀ ଯୋଗୁଁ ଆଇସିସିର ଅଧିକାଂଶ ଶୃଙ୍ଖଳା ଖେଳାଯାଇପାରିଲାନି। କେତେକ ବାତିଲ ହୋଇଥିଲା ବେଳେ ଅନ୍ୟ କେତେକ ସ୍ଥଗିତ ରହିଥିଲା। ହେଲେ ସ୍ଥଗିତ ଶୃଙ୍ଖଳା ମଧ୍ୟ ଶେଷରେ ସମ୍ଭବ ହେଲାନାହିଁ। ଏହି ପରିପ୍ରେକ୍ଷୀରେ ଶୃଙ୍ଖଳା ବାତିଲର ଅଂଶବିଶେଷ ଦଳଗୁଡ଼ିକ କ୍ଷତିଗ୍ରସ୍ତ ହେଲେ। ତେଣୁ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଯୋଗ୍ୟତା ପାଇଁ ଆଇସିସି କ୍ରିକେଟ୍‌ କମିଟିର ନିଷ୍ପତ୍ତି ମୁତା‌ବକ ନୂଆ ନିୟମ ପ୍ରଣୟନ କରିଛି। ପଏଣ୍ଟ ପ୍ରାଣାଳୀରେ ପରିବର୍ତନ ଆଣି ପଏଣ୍ଟର ପ୍ରତିଶତ (ପିଟିସି)କୁ ପ୍ରଚଳନ କରିଛି। ସେହି ଅନୁଯାୟୀ ଦଳଗୁଡ଼ିକ ଖେଳିଥିବା ମ୍ୟାଚ୍‌ ସଂଖ୍ୟାରୁ ପିଟିସି ପାଇବେ।

ବିଶେଷକରି ଦଳଗୁଡ଼ିକ ଖେଳିଥିବା ମ୍ୟାଚ୍‌ ଏବଂ ଅର୍ଜନ କରିଥିବା ମୋଟ ପଏଣ୍ଟ୍‌କୁ ସେମାନଙ୍କ ବିଜୟ ପ୍ରତିଶତକୁ ହିସାବକରି ଉପଲବ୍‌ଧ ପଏଣ୍ଟ ହେଉଛି ପିଟିସି। ସେହି ଦୃଷ୍ଟିରୁ ବୁଧବାର ଘୋଷିତ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆ (୪୨୦ରୁ ୩୨୨ ପଏଣ୍ଟ୍‌) ପଏଣ୍ଟ୍‌ର ପ୍ରତିଶତ ଭିତ୍ତିରେ ଭାରତ (୫୪୦ରୁ ୩୯୦ ପଏଣ୍ଟ୍‌) ଆଗରେ ରହିଛି। ପିଟିସି ଗଣନା ଅନୁଯାୟୀ ଅଷ୍ଟ୍ରେଲିଆ ତା’ ମୋଟ ପଏଣ୍ଟ୍‌ରୁ ୭୬.୬ ଏବଂ ଭାରତ ୭୨.୨ ପ୍ରତିଶତ ଅର୍ଜନ କରିଛନ୍ତି। ତେଣୁ ପଏଣ୍ଟର ପ୍ରତିଶତ ଅନୁଯାୟୀ ଯେଉଁ ଦୁଇ ଦଳ ଆଗରେ ରହିବେ ସେମା‌ନେ ହିଁ ଫାଇନାଲ୍‌ରେ ମୁହାଁମୁହିଁ ହେବେ। ଫଳରେ ପିଟିସି ପ୍ରଚଳନ ଯୋଗୁଁ ଅଷ୍ଟ୍ରେଲିଆଠାରୁ ୬୮ ପଏଣ୍ଟ୍‌ ଆଗରେ ରହି ମଧ୍ୟ ଭାରତ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିବାକୁ ବାଧ୍ୟ ହୋଇଛି।

ସମ୍ବନ୍ଧିତ ଖବର