ଅହମଦାବାଦ: ଆସନ୍ତା କାଲି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ବକପର ଫାଇନାଲ ମ୍ୟାଚ ଖେଳାଯିବ । ବିଶ୍ବ ଚାମ୍ପିଅନ ହେବାକୁ ଆମନା-ସାମନା ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ଐତିହାସିକ ମ୍ୟାଚର ଦିନକ ପୂର୍ବରୁ ଏକା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା ।

Advertisment

ପିଚ ସମ୍ପର୍କରେ ସେ କହିଛନ୍ତି ଯେ,  ଭାରତ-ପାକ୍ ମ୍ୟାଚ୍ ଖେଳାଯାଇଥିବା ପିଚରେ ଘାସ ନଥିଲା, କିନ୍ତୁ ଏଥର ହାଲୁକା ଘାସ ରହିଛି। ମୁଁ ଆଜି ପିଚ୍ ଦେଖିନାହିଁ, କିନ୍ତୁ ପିଚ ଧୀମା ରହିବ । ଆମେ ଆସନ୍ତାକାଲି ପିଚ୍ ଦେଖିବୁ ଏବଂ ତା'ପରେ ପରିସ୍ଥିତିକୁ ପରଖିବୁ । ଖେଳାଳିମାନେ ଏ ବିଷୟରେ ଜାଣନ୍ତି। ଗତ ମ୍ୟାଚ ତୁଳନାରେ ପରିସ୍ଥିତି ବଦଳିଯାଇଛି, ତାପମାତ୍ରା କମିଛି।

ଟସ୍ ସମ୍ପର୍କରେ ସେ କହିଛନ୍ତି ଯେ ଏହି ମ୍ୟାଚ ପାଇଁ ଟସ୍ ମହତ୍ତ୍ବପୂର୍ଣ୍ଣ ହେବ ନାହିଁ । ଆମେ ପରିସ୍ଥିତିକୁ ଭଲ ଭାବରେ ବୁଝିବୁ ଏବଂ ଭଲ କ୍ରିକେଟ୍ ଖେଳିବୁ। ସେ ଆହୁରି ମଧ୍ୟ କହିଛନ୍ତି ଆମକୁ ବାହ୍ୟ ଚାପକୁ ଏଡ଼େଇ ନିଜ ଯୋଜନା ଅନୁସାରେ ଖେଳିବୁ । ପରିସ୍ଥିତି ଅନୁସାରେ ଖେଳିବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି ରୋହିତ କହିଛନ୍ତି ।