କୋଲକାତା : ସ୍ଥାନୀୟ ଇଡେନ ଗାଡେନ୍ସଠାରେ ରବିବାର ଖେଳାଯାଇଥିବା ବିଶ୍ବକପ ମ୍ୟାଚରେ  ବିରାଟ କୋହଲି ମାରିଥିବା ଶତକକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ନିଜର ଜନ୍ମଦିନରେ ଏହି ଶତକ ମାରିଥିବା ଏହାକୁ ସ୍ବତନ୍ତ୍ର ବୋଲି କୁହାଯାଉଛି । ପୁଣି ଏହା ବିରାଟଙ୍କ ୪୯ ତମ ଶତକ ହୋଇଥିବାରୁ ସେ ସଚିନଙ୍କ ସମକକ୍ଷ ହୋଇଛନ୍ତି । ଏହାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ସେ କେବେ ୫୦ ତମ ଶତକ ମାରି ସଚିନଙ୍କ ରେକର୍ଡ କାଟିବେ ?

Advertisment

ବିରାଟଙ୍କ ଏହି ଐତିହାସିକ ଶତକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ସେ ବିରାଟଙ୍କ ଶତକକୁ ନେଇ ଖୁସି ବ୍ୟକ୍ତ କରିବା ସହ ଆଶା ବ୍ୟକ୍ତ କରିଛନ୍ତି ଯେ କୋହଲି ଖୁବ୍ ଶୀଘ୍ର ତାଙ୍କ ୪୯ ଶତକ ରେକର୍ଡକୁ ଟପିଯିବେ ।

publive-image

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ଇନଷ୍ଟାଗ୍ରାମ ପେଜରେ ଲେଖିଛନ୍ତି, 'ଭଲ ଖେଳିଥିଲେ ବିରାଟ। ଚଳିତ ବର୍ଷ ଆରମ୍ଭରେ ମୋତେ ୪୯ରୁ ୫୦ କୁ ଯିବାକୁ ୩୬୫ ଦିନ ଲାଗିଲା । ମୁଁ ଆଶା କରୁଛି ଆଗାମୀ କିଛି ଦିନ ମଧ୍ୟରେ ସେ ୪୯ରୁ ୫୦କୁ ଯାଇ ମୋ ରେକର୍ଡ ଭାଙ୍ଗିବେ ।

ସୂଚନାଯୋଗ୍ୟ ଯେ, ଐତିହାସିକ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ବିରାଟ କୋହଲି ୧୨୧ ବଲ୍ ରୁ ଅପରାଜିତ ୧୦୧ ରନ୍ କରିଥିଲେ। ଏହି ସମୟ ମଧ୍ୟରେ ସେ ୧୦ଟି ଚୌକା ମାରିଥିଲେ। ବିରାଟ ୧୧୯ ବଲ୍ ରେ ନିଜର ଶତକ ପୂରଣ କରିଥିଲେ।