ହ୍ବିଲ୍‌ଚେୟାର ଅସିଚାଳନା ବିଶ୍ବକପ୍‌ରେ ଭାଗନେବେ ରାଖାଲ, ରମେଶ, ପୂଜାସ୍ବିନୀ

ଭୁବନେଶ୍ବର: ଇଟାଲିର ପିସା ସହରରେ ଚଳିତ ମାସ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ହ୍ବିଲ୍‌ଚେୟାର ବିଶ୍ବକପ୍‌ରେ ଭାଗନେବେ ଓଡ଼ିଶାରୁ ଭି ରମେଶ ରାଓ, ରାଖାଲ କୁମାର ସେଠୀ ଓ ପୂଜାସ୍ବିନୀ ନାୟକ। ଏହି ୩ ଓଡ଼ିଆ ଘୋଷିତ ୧୧ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ରମେଶ ୨୦୨୦-୨୧ ଜାତୀୟ ପ୍ରତି‌ଯୋଗିତାରେ ୪ ପଦକ ହାସଲ କରିଥିଲା ବେଳେ ରାଖାଲ ଓ ପୂଜାସ୍ୱିନୀ ବ୍ୟକ୍ତିଗତ ଓ ଦଳଗତ ବର୍ଗରେ ୬ ଲେଖାଏଁ ପଦକ ଜିତିଛନ୍ତି।

ଏହି ବିଶ୍ୱକପ୍ ପୂର୍ବରୁ ଓଡ଼ିଶାର ୩ ଖେଳାଳି ହରିୟାଣାର କର୍ଣ୍ଣଲଠାରେ ଆୟୋଜିତ ଜାତୀୟ ଶିବିରରେ ଜୋର୍‌ଦାର ଅଭ୍ୟାସ କରିଥିଲେ। ଓଡ଼ିଶାର ଖେଳାଳିମାନେ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ ଆଶା ରଖିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପାରା ସ୍ପୋର୍ଟସ ସଂଘ ଓଡ଼ିଶାର ସଭାପତି କମଳାକାନ୍ତ ରଥ, ସମ୍ପାଦକ ଲୋକନାଥ ମହାନ୍ତି ଓ ଅନ୍ୟ ସଦସ୍ୟମାନେ।

ସମ୍ବନ୍ଧିତ ଖବର