ନୂଆଦିଲ୍ଲୀ: ବର୍ତ୍ତମାନର କ୍ରିକେଟରେ ବିରାଟ କୋହଲିଙ୍କୁ କିଙ୍ଗ୍ ବୋଲି କୁହାଯାଉଛି। ସମସ୍ତେ ବିରାଟଙ୍କୁ ବିଶ୍ୱ କ୍ରିକେଟର ରାଜା ବୋଲି କହୁଛନ୍ତି। ଏହା ସତ୍ତ୍ବେ ବି କିଛି ଲୋକମାନେ କୋହଲି ଏବଂ ବାବର ଆଜାମଙ୍କ ମଧ୍ୟରେ କିଏ କିଙ୍ଗ୍? ଏନେଇ ଅନେକ ସମୟରେ ବିତର୍କ କରିଥାନ୍ତି। ଏହି ବିତର୍କ ଉପରେ ଅନେକ ବରିଷ୍ଠ କ୍ରିକେଟର ଅତୀତରେ ନିଜର ମତ ଦେଇଛନ୍ତି। ବର୍ତ୍ତମାନ ବିଶ୍ୱ କ୍ରିକେଟର ପ୍ରକୃତ କିଙ୍ଗ୍ କିଏ ବୋଲି ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବୋଲର ୱସିମ ଅକ୍ରମ ଏକ ବଡ଼ ବିବୃତି ଦେଇଛନ୍ତି।

Advertisment

ମୀର ମିଡିଆ ପ୍ରଡକ୍ସନକୁ ଦେଇଥିବା ଏକ ସାକ୍ଷାତକାରରେ ଯେତେବେଳେ ୱସିମଙ୍କୁ ବିଶ୍ୱ କ୍ରିକେଟର କିଙ୍ଗ୍ କିଏ ବୋଲି ପଚରାଯାଇଥିଲା, ପୂର୍ବତନ ଅଧିନାୟକ ୱସିମ କହିଥିଲେ, "ଦେଖ, କୋହଲି ହେଉଛନ୍ତି କିଙ୍ଗ୍ । ଏଥିରେ କୌଣସି ସନ୍ଦେହ ନାହିଁ। ବାବରଙ୍କ ବିଷୟରେ କହିବାକୁ ଗଲେ ତାଙ୍କୁ ଆହୁରି ଅନେକ କିଛି କରିବାକୁ ହେବ। କୋହଲିଙ୍କ ଲିଗରେ ଯୋଗଦେବା ପାଇଁ ବାବରଙ୍କୁ କ୍ରମାଗତ ଭାବରେ ଭଲ ଖେଳିବାକୁ ପଡିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାବରଙ୍କୁ ବଡ଼ ଦଳ ବିପକ୍ଷରେ ରନ୍ ସ୍କୋର କରିବାକୁ ପଡ଼ିବ। ଆମକୁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଦଳ ବିପକ୍ଷରେ ବଡ଼ ସିରିଜ୍ ଖେଳିବାକୁ ପଡ଼ିବ। ୫-୫ଟି ମ୍ୟାଚର ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ। କେବଳ ସେତେବେଳେ ଯାଇ ବାବର ନିଜକୁ ବିଶ୍ୱ କ୍ରିକେଟର ଶୀର୍ଷକୁ ନେଇପାରିବ। ଆମେ ଛୋଟ ଦଳ ବିପକ୍ଷରେ ବହୁତ ଖେଳୁଛୁ, ତେଣୁ ଏହା ସମ୍ଭବ ନୁହେଁ। "