ନୂଆଦିଲ୍ଲୀ: ଭାରତର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସାମି ଭାରତୀୟ ଦଳକୁ ଦୃଢ଼ ଭାବେ ଫେରିବାର ଆଶା ରଖିଛନ୍ତି। ଗୋଇଠି ଯନ୍ତ୍ରଣାରୁ ମୁକୁଳିବା ପରେ ଆଣ୍ଠୁ ସମସ୍ୟାରେ ପଡ଼ିଥିଲେ ସାମି। ଏବେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ତାଙ୍କର ସୁସ୍ଥ ହେବା ପ୍ରକ୍ରିୟା ଚାଲିଛି। ଏମଧ୍ୟରେ ସାମି ଏକ ପ୍ରଶ୍ନ ଉପରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ସାମିଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କ କ୍ୟାରିୟରରେ ଏମିତି କେଉଁ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯାହାଙ୍କ ସାମ୍ନାରେ ବୋଲିଂ କରିବା କଷ୍ଟକର ହୋଇପଡେ? ଏହି ପ୍ରଶ୍ନର ସାମି ଯେଉଁ ଉତ୍ତର ଦେଇଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ପ୍ରଶ୍ନର ଉତ୍ତର ଦେଇ ସାମି କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି କୌଣସି ବ୍ୟାଟ୍ସମ୍ୟାନ୍ ଆସି ନାହାଁନ୍ତି ଯାହାଙ୍କ ସାମ୍ନାରେ ବୋଲିଂ କରିବା କଷ୍ଟକର ଲାଗିଛି। ତାଙ୍କର ଏହି ଉତ୍ତର ଏବେ କ୍ରିକେଟପ୍ରେମୀଙ୍କ ମନ କିଣିଛି।
ତେବେ ନିଜର ସ୍ବାସ୍ଥ୍ୟ ସମସ୍ୟା ପାଇଁ ବିଶ୍ରାମ କରୁଥିବା ସାମିଙ୍କୁ ନେଇ କିଛି ଦିନ ତଳେ ଅଧିନାୟକ ରୋହିତ ଶର୍ମା କହିଥିଲେ, "ସତ କହିବାକୁ ଗଲେ ସାମିଙ୍କୁ ଅଷ୍ଟ୍ରେଲିଆ ସିରିଜ ପାଇଁ ଚୟନ କରିବା କଷ୍ଟକର ହୋଇପଡ଼ିଛି। ସେ ଆହତ ହୋଇଥିଲେ ଏବଂ ଆଣ୍ଠୁରେ ଆଘାତ ଲାଗିଥିଲା। ଏହି କାରଣରୁ, ତାଙ୍କ ଅବସ୍ଥା ଟିକେ ଖରାପ ହୋଇଯାଇଥିଲା । ଏବେ ସେ ଡାକ୍ତର ଏବଂ ଫିଜିଓଙ୍କ ସହ ଏନସିଏରେ ଅଛନ୍ତି। ଆମେ ଆଶା କରୁଛୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ସାମି ଫିଟ୍ ହେବେ। ହେଲେ ଯଦି ସେ ଫିଟ୍ ନହେବେ ତାଙ୍କୁ ଟିମରେ ସାମିଲ କରିବା କଷ୍ଟକର ହେବ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/10/30/8a9QFM9hrKG11Agosrwr.jpg)