ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ଆରମ୍ଭ ହୋଇସାରିଛି ଟେଷ୍ଟ ସିରିଜ । ଭାରତୀୟ ଅଧିନାୟକ ବିରାଟ କୋହଲି ଏଥିରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ହେଲେ ଖେଳରେ ଦେଖିବାକୁ ମିଳିଛି ଯେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ହାତରେ କଳାପଟି ପିନ୍ଧି ଖେଳୁଛନ୍ତି । ତେବେ ଏହାର କାରଣ କ’ଣ ଆସନ୍ତୁ ଜାଣିବା ।

Advertisment

ରବିବାର ଦକ୍ଷିଣ ଆଫ୍ରିକାର ନୋବେଲ ପୁରସ୍କାର ବିଜେତା ଦେଶମଣ୍ଡ ଟୁଟୁଙ୍କ ଦେହାନ୍ତ ହୋଇଯାଇଛି । ୯୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେଶମଣ୍ଡ ଶାନ୍ତି ପାଇଁ ନୋବେଲ ପୁରସ୍କାର ଜିତିଥିଲେ । ସେ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ନୀତି ବିରୋଧରେ ଲଢେଇ କରିଥିଲେ । ସେଥିପାଇଁ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ହାତରେ କଳା ପଟି ବାନ୍ଧିଛନ୍ତି ।

ଖେଳ ଆରମ୍ଭରୁ ଦୁଇ ଦେଶର ଖେଳାଳିମାନେ ୨ ମିନିଟ ପାଇଁ ନୀରବ ପ୍ରାର୍ଥନା କରିଥିଲେ । ତେବେ ଦେଶମଣ୍ଡଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏନେଇ ସେ ଟ୍ୱିଟର ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।