ନୂଆଦିଲ୍ଲୀ: ପ୍ୟାରିସରେ ଅଲିମ୍ପିକ୍ସ ୨୦୨୪ ଆୟୋଜିତ ହୋଇଛି। ଏହି ଅଲିମ୍ପିକ୍ ଗେମ୍ସକୁ ନେଇ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। କ୍ରୀଡ଼ାର ମହାକୁମ୍ଭ ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଗଷ୍ଟ୧୧ ପର୍ଯ୍ୟନ୍ତ ଚାଲିବ ।
ପ୍ରତ୍ୟେକ ଥର ପରି ଚଳିତଥର ବହୁ ସଂଖ୍ୟାରେ ଭାରତୀୟ ଖେଳାଳି ମହା କୁମ୍ବ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଯଦି ଆପଣ କେବେ ଅଲିମ୍ପିକ୍ ଗେମ୍ସ ଦେଖିଥିବେ, ତେବେ ନିଶ୍ଚିତ ଭାବରେ ଗୋଟିଏ କଥା ଲକ୍ଷ୍ୟ କରିଥିବେ ଯେ ପଦକ ଜିତିବା ପରେ ଖେଳାଳିମାନେ ଏହାକୁ ଦାନ୍ତରେ ଚୋବାଇ ଥାଆନ୍ତି। କେବଳ ଅଲିମ୍ପିକ୍ସ ନୁହେଁ, ଏସୀୟ ଗେମ୍ସ, କମନୱେଲଥ ଗେମ୍ସ କିମ୍ବା ଅନ୍ୟ କୌଣସି ଖେଳ ହେଉ, ଖେଳାଳିମାନେ ଜିତିବା ପରେ ପଦକକୁ ଚୋବାଉଥିବାର ନଜରକୁ ଆସିଥାଆନ୍ତି।
ସର୍ବପ୍ରଥମେ, ଆମେ ଆପଣଙ୍କୁ କହି ରଖିବାକୁ ଚାହିଁବୁ କି ଖେଳାଳୀମାନେ ଦାନ୍ତରେ ସେମାନଙ୍କର ପଦକ ଚୋବାଇବା ପାଇଁ କୌଣସି ନିୟମ ନାହିଁ ।
ପୂର୍ବରୁ ସୁନା କଏନ ମୁଦ୍ରା ଭାବରେ ବ୍ୟବହୃତ ହେଉଥିଲା । ସୁନା ଏକ ନରମ ଧାତୁ ଏବଂ ଏହା ପୂର୍ବରୁ ବ୍ୟବସାୟୀମାନେ ଦାନ୍ତରେ ଚୋବାଇ ସୁନା ମୁଦ୍ରାର ଗୁଣ ଯାଞ୍ଚ କରୁଥିଲେ । ବର୍ତ୍ତମାନ ସମୟରେ ପଦକ କାମୁଡ଼ିବାର ଅର୍ଥ ଏହାର ଗୁଣବତ୍ତା ଯାଞ୍ଚ କରିବା ପାଇଁ ହୋଇ ନଥାଏ।
୧୦୧୨ ପୂର୍ବରୁ ଅଲିମ୍ପିକ୍ସରେ ଶୁଦ୍ଧ ସ୍ୱର୍ଣ୍ଣ ପଦକ ଦିଆଯାଉଥିଲା। କିନ୍ତୁ ଏହାପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଶୁଦ୍ଧ ସ୍ୱର୍ଣ୍ଣ ପଦକ ଦେବା ବନ୍ଦ କରିଦେଇଥିଲେ। ୧୯୧୨ ମସିହା ପୂର୍ବରୁ ଖେଳାଳିମାନେ ସେମାନଙ୍କ ପଦକର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଦାନ୍ତରେ ପଦକ ଚୋବାଉଥିଲେ। କିନ୍ତୁ ୧୯୧୨ପରେ ଯେତେବେଳେ ଶୁଦ୍ଧ ସ୍ୱର୍ଣ୍ଣ ପଦକ ଦିଆଯିବା ବନ୍ଦ ହେଇଗଲା ସେତେବେଳେ ଦାନ୍ତରେ ପଦକ ଚୋବାଇବା ଘଟଣାକୁ ନେଇ କୁହାଗଲା ଖେଳାଳିମାନେ ସେମାନଙ୍କର ପରିଶ୍ରମ ଏବଂ ଉତ୍ସାହ ଦେଖାଇବା ପାଇଁ ଏପରି କରୁଛନ୍ତି। ଧୀରେଧୀରେ ଏହା ଟ୍ରେଣ୍ଡ ହୋଇଗଲା। ଏମିତି କି ଯେଉଁ ଖେଳାଳିମାନେ ପଦକ ସହ ଫଟୋ ଉଠାଉ ଥାଆନ୍ତି ଫଟୋଗ୍ରାଫରମାନେ ସେମାନଙ୍କୁ ପଦକ ଚୋବାଇ ପୋଜ ଦେବାକୁ କହିଥାଆନ୍ତି।