ଦୁବାଇ : ଦୁବାଇରେ ଆଜି ଏସିଆ କପର ଫାଇନାଲ ଭାରତ ଓ ପାକିସ୍ତନ ମଧ୍ୟରେ ଖେଳାଯାଉଛି  । ସର୍ବଶେଷ ସୂଚନା ଅନୁସାରେ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୧ ଓ୍ବିକେଟ ହରାଇ ୮୪ ରନ କରିଛି । ପାକିସ୍ତାନର ଦୁଇ ଓପନର ଏକ ଭଲ ପାର୍ଟନରସିପ କରିଥିବାବେଳେ ଭାରତୀୟ ବୋଲର ଚାପରେ ରହିଛନ୍ତି । ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସମସ୍ତେ ମନେ ପକାଉଛନ୍ତି, କାରଣ ପାକିସ୍ତାନ ସହ ଖେଳାଯାଇଥିବା ପ୍ରଥମ ୨ଟି ମ୍ୟାଚରେ ସେ ପ୍ରଥମ ଓ୍ବିକେଟ ନେଇଥିଲେ । ତେବେ ଫାଇନାଲରେ କାହିଁକି ଖେଳୁନାହାନ୍ତି ପାଣ୍ଡ୍ୟା ? 

Advertisment

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷରେ ଏସିଆ କପ୍ 2025 ଫାଇନାଲରେ ଖେଳୁନାହାଁନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ପରେ ଏହାର କାରଣ କହିଥିଲେ । ସେ କହିଥିଲେ ଯେ ପାଣ୍ଡ୍ୟା ଆହତ ଥିବା କାରଣରୁ ଖେଳୁନାହାନ୍ତି ଓ ତାଙ୍କ ସ୍ଥାନରେ ରିଙ୍କୁ ସିଂ ଖେଳୁଛନ୍ତି । ଶ୍ରୀଲଙ୍କ ବିପକ୍ଷ ମ୍ୟାଚ ବେଳେ ହାର୍ଦ୍ଦିକ ଆହତ ହୋଇଥିଲେ ଓ ସେ ସଂପୂର୍ଣ୍ଣ ମ୍ୟାଚ ଖେଳିନଥିଲେ ।