ଟେଷ୍ଟ ମ୍ୟାଚ ଜିତିିବା ପରେ ବି କାହିଁକି ଗଣମାଧ୍ୟମ ସାମ୍ନାକୁ ଆସୁନାହାନ୍ତି କୋହଲି? ଉତ୍ତର ରଖିଲେ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବେଳେ କାଲି ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି । ପ୍ରଥମ ଟେଷ୍ଟ ମ୍ୟାଚ ଜିତି ଭାରତ ଏବେ ୧-୦ରେ ଆଗୁଆ ରହିଥିଲେ ବି ଦଳ ଭିତରେ ସବୁ କିଛି ଠିକ ନଥିବା ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦ୍ରାବିଡଙ୍କ ସହ ବିରାଟ କୋହଲିଙ୍କୁ ଦେଖିବାକୁ ନମିଳିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ବିରାଟଙ୍କ ଆସିବା ନେଇ ସମସ୍ତେ ଆଶାବାଦୀ ଥିଲେ ବି କେବଳ କୋଚ ରାହୁଲ ଦ୍ରାବିଡ ହିଁ ସାମ୍ବାଦିକ ସମ୍ମିଳନୀରେ ଯୋଗ‌ ଦେଇଥିଲେ।

ତେବେ କାହିଁକି ଗଣମାଧ୍ୟମ ସାମ୍ନାକୁ କୋହଲି ଆସୁ ନାହାନ୍ତି ? ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ଲୋକନ ମନକୁ ଏହି ପ୍ରଶ୍ନ ଆସିବା ପରେ ଏନେଇ କୋଚ ରାହୁଲ ଦ୍ରାବିଡଙ୍କୁ ପ୍ରଶ୍ନ କରାଯାଇଥିଲା।  ଏହି ପ୍ରଶ୍ନର ଉତ୍ତର ଦେଇ କୋଚ ରାହୁଲ ଦ୍ରାବିଡ କହିଥିଲେ ଯେ, ସାମ୍ବାଦିକ ସମ୍ମିଳନୀକୁ କିଏ ଯିବ କିଏ ଯିବ ନାହିଁ ସେ ବିଷୟରେ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥାଏ । ମ୍ୟାନେଜମେଣ୍ଟ ହିଁ କୋହଲିଙ୍କୁ ରୋକିଛନ୍ତି । ମ୍ୟାନେଜମେଣ୍ଟ ଚାହୁଁଛି କୋହଲି ନିଜ ୧୦୦ତମ ଟେଷ୍ଟ ଖେଳିବା ପୂର୍ବରୁ ଗଣମାଧ୍ୟମ ସାମ୍ନାକୁ ଆସନ୍ତୁ ।

ଉଲ୍ଲେଖଯୋଗ୍ୟ, ବିରାଟ କୋହଲି ଏବେ ଯାଏଁ ୯୮ ତମ ଟେଷ୍ଟ ଖେଳିସାରିଲେଣି । ଦ୍ବିତୀୟ ଟେଷ୍ଟ ତାଙ୍କର ୯୯ ତମ ଟେଷ୍ଟ ହେବ । ସେହିପରି ତୃତୀୟ ଟେଷ୍ଟ ମ୍ୟାଚରେ ସେ ୧୦୦ତମ ଟେଷ୍ଟରେ ପଦାର୍ପଣ କରିବେ । ତେବେ ଆଶା କରାଯାଉଛି ବିରାଟ ତୃତୀୟ ଟେଷ୍ଟ ପୂର୍ବରୁ ଗଣମାଧ୍ୟମ ସାମ୍ନାକୁ ଆସିବେ ।

ସମ୍ବନ୍ଧିତ ଖବର