ଜୁନ ୨୫ ଭାରତୀୟ କ୍ରିକେଟ୍ ପାଇଁ କାହିଁକି ଏକ ଗୁରୁତ୍ବପୂର୍ଣ୍ଣ ଦିବସ ?

 

ମୁମ୍ବାଇ : ଜୁନ ୨୫ ଭାରତୀୟ କ୍ରିକେଟ୍ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ ଦିବସ ? ଏହାର ଉତ୍ତର ହେଉଛି ୧୯୩୨ରେ ଏହି ଦିନରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲା । ଏହାର ୫୧ ବର୍ଷ ପରେ ୧୯୮୩ର ଏହି ଦିନରେ ଭାରତ ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିଅନ ହୋଇଥିଲା ।

୧୯୮୩ରେ ଲଣ୍ଡନର ଐତିହାସିକ ଲର୍ଡସରେ କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଦଳ ଏପରି ଏକ କାରନାମା କରିଦେଖାଇଥିଲା, ଯାହାକୁ ଅନ୍ୟ କୌଣସି ଦଳ ଭାବିପାରିନଥିଲେ । ଭାରତ ଦୁର୍ଦ୍ଦଷ ଓ୍ବେଷ୍ଟଇଣ୍ଡିଜକୁ ହରାଇ ବିଶ୍ବ ଚାମ୍ପିଅନ ହୋଇଥିଲା । ଏହା ପରେ ହିଁ ଭାରତୀୟ କ୍ରିକେଟରେ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିଲା । ଏହି ବିଜୟରେ ଅନୁପ୍ରାଣିତ ହୋଇ ଅନେକ ପିଲା ଭବିଷ୍ୟତରେ ଭାରତୀୟ କ୍ରିକେଟକୁ ଆହୁରି ଉଚ୍ଚକୁ ନେଇଯାଇଥିଲା ।
୧୯୮୩, ଜୁନ ୨୫ରେ ଲର୍ଡସରେ ଅନୁଷ୍ଠିତ ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୩ କରିଥିବାବେଳେ ଇଣ୍ଡିଜ ୧୪୦ ରନରେ ଅଲଆଉଟ ହୋଇଯାଇଥିଲା ।

 

ଆଜିର ଦିବସକୁ ସ୍ମରଣ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ଟୁଇଟ କରି ଲେଖିଛନ୍ତି ଯେ “ଜୀବନର କେତେକ କ୍ଷଣ ତୁମକୁ ଅନୁପ୍ରାଣିତ କରେ ଓ ସ୍ବପ୍ନ ଦେଖିବାକୁ ଉତ୍ସାହିତ କରେ । ୧୯୮୩ର ଆଜିର ଦିନରେ ଆମେ ପ୍ରଥମ ଥର ପାଇଁ ବିଶ୍ବ କପ ଜିତିଥିଲୁ । ସେଦିନ ମୁଁ ଜାଣିଥିଲି ଯେ ମୁଁ କଣ କରିବାକୁ ଚାହୁଁଛି । “

ସମ୍ବନ୍ଧିତ ଖବର