ନୂଆଦିଲ୍ଲୀ: ଇଂଲଣ୍ଡରେ ଟେଷ୍ଟ ସିରିଜ୍ ହାରିବା ପରେ ଏବେ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ ସହ ଟେଷ୍ଟ ସିରିଜ ଖେଳୁଛି୍ନା ଟିମ୍ ଇଣ୍ଡିଆ । ତେବେ ଏଇ କିଛି ଦିନ ହେବ ଶୁଣିବାକୁ ମିଳୁଛି ଟିମ୍ ଇଣ୍ଡିଆର ସଦସ୍ୟଙ୍କ ଭିତରେ କିଛି ଠିକ୍ ଠାକ୍ ଚାଲି ନାହିଁ । କେତେବେଳେ କ୍ୟାପଟେନ୍ ଓ କୋଚ୍ଙ୍କ ମଧ୍ୟରେ ବିବାଦ ତ କେତେବେଳେ କ୍ୟାପଟେନ୍ସିପକୁ ନେଇ ବିବାଦ ଦେଖାଦେଉଛି । ଏବେ ଟିମ୍ ଚୟନକୁ ନେଇ ଆଲୋଚନା ଜୋର ଧରିଛି। ବିଶେଷ କରି ଶିଖର ଧାୱନଙ୍କୁ ଚୟନ ନ କରାଯିବା ଘଟଣା ଏହି ଚର୍ଚ୍ଚାକୁ ବଢ଼ାଇଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏବେ ଟିମ୍ ଇଣ୍ଡିଆର ସିନିୟର ଖେଲାଳି କ୍ୟାପଟେନ୍ ବିରାଟ କୋହଲି ଓ ମ୍ୟାନେଜମେଣ୍ଟ ଉପରେ ଖୁସି ନାହାନ୍ତି । ପ୍ରଥମେ ରୋହିତ ଶର୍ମା ବିରାଟ କୋହଲିଙ୍କୁ ଟୁଇଟରରେ ଅନ୍ଫଲୋ କରିବା ଓ ଶିଖର୍ ଧାୱନଙ୍କୁ ଟିମ୍ରୁ ବାହାର କରାଯିବବା ଘଟଣାକୁ ନିଆଁରେ ଘିଅ ଢାଳିବାର କାମ କରୁଛି ।
ସୂଚନା ଅନୁସାରେ, ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଥିବା ବେଳେ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଶିଖରଙ୍କ ପତ୍ନୀ ଆୟଶାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣାରେ ଅନୁଷ୍କା ଅସନ୍ତୁଷ୍ଟ ହୋଇଥିଲେ। ଏହି କାରଣରୁ ଶିଖରଙ୍କୁ ଟିମ୍ ଇଣ୍ଡିଆରୁ ବାହାର କରାଯାଇଥିବା ଅନୁମାନ କରାଯାଉଛି । ତଥ୍ୟ ଅନୁସାରେ, ଟିମର ବୈଠକ ବେଳ ଅନୁଷ୍କାଙ୍କ ଉପସ୍ଥିତିକୁ ନେଇ କିଛି ଖେଳାଳି ଖୁସି ନୁହନ୍ତି। ଅଭିଯୋଗ ହୋଇଛି କି ଏକାଧକ ବାର ଟିମ୍ ମିଟିଙ୍ଗରେ ଅନୁଷ୍କାଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ଖବରକୁ ବିସିସିଆଇ ଭୁଲ ବୋଲି କହିଛି ।