୧. ସକଟମୋଚକ ସୂର୍ଯ୍ୟ : ଭାରତୀୟ ଦଳ ନିଜ ପ୍ରଥମ ମ୍ୟାଚ୍‌ ଆମେରିକା ବିପକ୍ଷରେ ଖେଳି ପ୍ରାରମ୍ଭିକ ସଙ୍କଟରେ ପଡ଼ିଥିଲା। ୧୩ ଓଭର ଶେଷ ନ ହେଉଣୁ ଦଳ ମାତ୍ର ୭୭ ରନ୍‌ରେ ୬ ଓ୍ବିକେଟ୍‌ ହରାଇଦେଇଥିଲା। ଏହି ସମୟରେ ଅଧିନାୟକ ସୂର୍ଯ୍ୟକୁମାର ସଂକଟମୋଚନ ସାଜି ମାତ୍ର ୪୯ ବଲ୍‌ରେ ୮୪* ରନ୍‌ କରି ଭାରତୀୟ ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥିଲେ।

Advertisment

HC8rMQBasAAuveR

୨. ଈଶାନଙ୍କ ବିସ୍ଫୋରକ ବ୍ୟାଟିଂ: ଗୁରୁତ୍ବପୂର୍ଣ୍ଣ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାକିସ୍ତାନୀ ସ୍ପିନର୍‌ମାନେ ଭାରତୀୟ ବ୍ୟାଟର୍‌ଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। କିନ୍ତୁ ଈଶାନ କିଶନଙ୍କ ବିସ୍ଫୋରକ ପାଳି ପାକିସ୍ତାନର ସବୁ ଯୋଜନାରେ ପାଣି ପକାଇଦେଇଥିଲା। ମାତ୍ର ୪୦ ବଲ୍‌ରୁ ସେ ଖେଳିଥିବା ୭୭ ରନ୍‌ର ପାଳି ପାକିସ୍ତାନକୁ ମହଙ୍ଗା ପଡ଼ିଥିଲା ଓ ଭାରତ ୬୧ ରନ୍‌ରେ ବିଜୟୀ ହୋଇଥିଲା।

୩. ଦୁବେଙ୍କ ଅଲରାଉଣ୍ଡ୍‌ ସଫଳତା: ଭାରତର ବିଶ୍ବକପ୍‌ ବିଜୟରେ ଶିବମ୍‌ ଦୁବେଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନକୁ ଅସ୍ବୀକାର କରିହେବ ନାହିଁ। ନେଦରଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ରେ ଶିବମ୍‌ ଦୁବେ ମାତ୍ର ୩୧ ବଲ୍‌ରୁ ୬୬ ରନ୍‌ କରିଥିଲେ ଏବଂ ୨ ୱିକେଟ୍‌ ନେଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଦଳ ପରାଜୟ ବରଣ କରିଥିଲେ ବି ସେ ଏକାକୀ ଲଢିଥିଲେ।

HC6jWIYaMAEofuF

୪. ସଂଜୁ ସାମସନ୍‌ଙ୍କ ଚମତ୍କାର: ଭାରତ ବିଶ୍ବ ଚାମ୍ପିଅନ ହେବା ପଛରେ ସଂଜୁ ସାମସନ୍‌ଙ୍କ ସବୁଠାରୁ ବଡ଼ ଅବଦାନ ରହିଛି ବୋଲି କୁହାଯାଇପାରେ। ସୁପର-୮ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୯୭ ରନ୍‌ର ପାଳି ଖେଳି ସେ ଭାରତର ସେମିଫାଇନାଲ୍‌ ରାସ୍ତା ଖୋଲିଦେଇଥିଲେ। ସେହିପରି ସେମିଫାଇନାଲ୍‌ ଓ ଫାଇନାଲ୍‌ରେ ସେ ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲେ।

୫. ବୁମ୍‌ରାଙ୍କ ବୋଲିଂ: ଭାରତର ବିଶ୍ବବିଜୟରେ ଆଉ ଜଣେ ପ୍ରମୁଖ ବିନ୍ଧାଣୀ ଥିଲେ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା। ସେମିଫାଇନାଲ୍‌ରେ ଭାରତ ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ବି ଇଂଲଣ୍ଡ ବିସ୍ଫୋରକ ବ୍ୟାଟିଂ କରି ବିଜୟ ଛଡ଼େଇନେବାକୁ ବସିଥିଲା। କିନ୍ତୁ ମ୍ୟାଚ୍‌ର ୧୬ତମ ଓ ୧୮ ତମ ଓଭରରେ ବୁମ୍‌ରା କରିଥିବା ଚମତ୍କାର ବୋଲିଂ ଇଂଲଣ୍ଡ ହାତରୁ ମ୍ୟାଚ୍‌କୁ ଛଡ଼ାଇ ଆଣିଥିଲା। ଏହି ଦୁଇ ଓଭରରେ ସେ ଯଥାକ୍ରମେ ୮ ଓ ୬ ରନ୍‌ ବ୍ୟୟ କରିଥିଲେ।

HC8rMQGasAAGQPK

୬. ଅକ୍ଷରଙ୍କ କ୍ୟାଚ୍‌: ଯଦି ଅକ୍ଷର ପଟେଲ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ ମ୍ୟାଚ୍‌ରେ ଦୁଇଟି ଗୁରୁତ୍ବପୂର୍ଣ୍ଣ କ୍ୟାଚ୍‌ ଧରି ନଥାନ୍ତେ, ତେବେ ଭାରତ ଫାଇନାଲ୍‌କୁ ଯିବା ଅସମ୍ଭବ ହୋଇଥାନ୍ତା। ୫ମ ଓଭରରେ ପଛୁଆ ଦୌଡ଼ି ଏକ ଚମତ୍କାର କ୍ୟାଚ୍‌ ନେବା ସହ ହ୍ୟାରି ବ୍ରୁକ୍‌ଙ୍କୁ ପାଭିଲିୟନ ଫେରାଇଥିଲେ। ସେହିପରି ୧୪ତମ ଓଭରରେ ସେ ବିପଜ୍ଜନକ ଓ୍ବିଲ୍‌ ଜାକ୍ସଙ୍କ ଏକ ନିଶ୍ଚିତ ଛକାକୁ ବାଉଣ୍ଡରି ଉପରେ ଧରି ଭାରସାମ୍ୟ ହରାଇବା ପୂର୍ବରୁ ବଲ୍‌କୁ ଶିବମ୍‌ ଦୁବେଙ୍କୁ ଧରାଇଦେଇଥିଲେ।