ପ୍ରଥମେ ପ୍ରେମ ପୁଣି ବିଚ୍ଛେଦ ତା’ପରେ ବିବାହ ଏବଂ ଶେଷରେ ହନିମୁନ୍‌ ଓ ବିବାହ ପାର୍ଟିକୁ ନେଇ ବେଶ୍‌ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସିଛନ୍ତି ସେଲିବ୍ରେଟି ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା। ସେମାନେ ସେମାନଙ୍କ ପ୍ରଶଂସକମାନଙ୍କୁ ଖୁସି କରାଇବା ପାଇଁ ମଝିରେ ମଝିରେ ଗୋଟାଏ ଯୋଡ଼ାଏ ଫଟୋ ବି ଅପ୍‌ଲୋଡ କରୁଛନ୍ତି ସୋସିଆଲ୍‌ ମିଡିଆରେ।

Advertisment

ନିକଟରେ ବିରାଟ ଓ ଅନୁଷ୍କାଙ୍କ ଅଫିସିଆଲ୍‌ ଟୁଇଟ୍‌ ଅକାଉଣ୍ଟ୍‌ ବିରୁଷ୍କାରେ ଅପ୍‌ଲୋଡ ହୋଇଥିବା ଏକ ଫଟୋ ଚର୍ଚ୍ଚା ପାଲଟିଛି। ଫଟୋଟିରେ ଦେଖିବାକୁ ମିଳିଛି ବିରାଟ ନିଜର ନିର୍ବନ୍ଧ ମୁଦିକୁ ଆଙ୍କୁଠିରେ ନ ପିନ୍ଧି ବେକରେ ଲକେଟ ପରି ପକାଇଛନ୍ତି। ତେବେ, ଜାଣିରଖନ୍ତୁ ଯେ ବିରାଟ ଏପରି ସବୁବେଳେ କରନ୍ତି ନାହିଁ। କେବଳ ଖେଳ ସମୟରେ ହିଁ ସେ ତାଙ୍କ ଆଙ୍ଗୁଠିରୁ ମୁଦି କାଢ଼ି ବେକରେ ପିନ୍ଧନ୍ତି। ମୁଦି ପିନ୍ଧି ଖେଳିବାକୁ ଅସୁବିଧା ହୁଏ ବୋଲି ସିନା ସେ ମୁଦିକୁ ଆଙ୍ଗୁଠିରୁ ଖୋଲି ଦିଅନ୍ତି ହେଲେ ନିଜର ଲେଡି ଲଭ୍‌ ପିନ୍ଧାଇଥିବା ନିର୍ବନ୍ଧ ସନ୍ତକକୁ ସେ ନିଜ ପାଖରୁ ଆଦୌ ଦୂରାନ୍ତି ନାହିଁ। ଚର୍ଚ୍ଚାରେ ରହିଥିବା ଏହି ଫଟୋଟି ନିକଟରେ ବିରାଟ ଟେଷ୍ଟ୍‍ ମ୍ୟାଚ୍‌ ଖେଳିବାକୁ ଯାଇଥିବା ବେଳର ବୋଲି ଜାଣିବାକୁ ମିଳିଛି।