ବିଶ୍ୱକପ : ବାଂଲାଦେଶ ଆଗରେ ୩୨୨ ରନର ଲକ୍ଷ୍ୟ ରଖିଲା ଇଣ୍ଡିଜ୍‌

ଟନଟ୍ରନ : ଟନଟ୍ରନର କୁପର ଆସୋସିଏଟ୍ସ କାଉଣ୍ଟି ଗ୍ରାଉଣ୍ଡଠାରେ ଚାଲିଥିବା େଓ୍ଵଷ୍ଟଇଣ୍ଡିଜ ବାଂଲାଦେଶ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୩୨୧ ରନ ସଂଗ୍ରହ କରିଛି । ବାଂଲାଦେଶ ଅଧିନାୟକ ମସରାଫ ମୋର୍ତାଜା ଟସ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ବ୍ୟାଟିଂ କରି ଇଣ୍ଡିଜ ଦଳ ଆରମ୍ଭରୁ ହିଁ ଅଭିଜ୍ଞ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ଓ୍ଵିକେଟ ହରାଇଥିଲା । ଗେଲ ଖାତା ଖୋଲିବା ପୂର୍ବରୁ ସଇଫୁଦ୍ଦିନଙ୍କ ବଲରେ ରହିମଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ ।

କିନ୍ତୁ ଇଭିନ ଲୁଇସ ଓ ସାଇ ହୋପ ଧର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାର କରିବା ସହ ଦୃଢ ମୂଳଦୂଆ ପକାଇଥିଲେ । ଲୁଇସ ୭୦ ରନ କରିବା ସହ ହୋପେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ସେ ୯୬ ରନ କରିଥିଲେ । ମଧ୍ୟଭାଗ ବ୍ୟାଟ୍ସମ୍ୟାନ ସିନରନ ହେଟମେର ୫୦ ରନ କରିଥିଲେ । ବାଂଲାଦେଶ ପକ୍ଷରୁ ମୁସ୍ତାଫିଜ ରେହମାନ ୩ଟି ଓ୍ଵିକେଟ ନେଇଥିବାବେଳେ ସଇଫୁଦ୍ଦିନ ଓ ସାକିବ ଅଲ ହସଲ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର