ବିଶ୍ୱକପରେ ୱେଷ୍ଟ-ଇଣ୍ଡିଜ ବନାମ ପାକିସ୍ତାନ ମ୍ୟାଚ : ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ

ଟେଣ୍ଟ ବ୍ରିଜ : ନଟିଂହାମ (ବ୍ରିଟେନ)ର ଟେଣ୍ଟ ବ୍ରିଜଠାରେ ଚାଲିଥିବା ବିଶ୍ୱକପ କ୍ରିକେଟ ୨୦୧୯ର ୨ୟ ମ୍ୟାଚରେ ଆଜି ୱେଷ୍ଟଇଣ୍ଡିଜ ଦଳ ପାକିସ୍ତାନକୁ ଭେଟିଛି । ୱେଷ୍ଟଇଣ୍ଡିଜର ଅଧିନାୟକ ଜାସନ ହୋଲଡର ଟସ ଜିଣି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତେବେ ପ୍ରାରମ୍ଭରୁ ହିଁ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।

ଓପନର ଇମାମ-ଉଲ ହକ ମାତ୍ର ୨ ରନ କରି କଟ୍ରିଲଙ୍କ ବଲରେ ସାଇ ହୋପଙ୍କ ହାତରେ ଧରାପଡିଥିଲେ । ତେବେ ଅନ୍ୟତମ ଓପନର ଫକର ଆଜମ ୨୨ ରନ କରି ଆଣ୍ଡ୍ରେ ରସେଲଙ୍କ ଦ୍ୱାରା ଆଉଟ ହୋଇଥିଲେ । ସେହିପରି ୪ ନମ୍ବରରେ ଆସିଥିବା ହାରିସ ସୋହେଲ ବି ମାତ୍ର ୮ ରନ କରି ରସେଲଙ୍କ ବଲରେ ହୋପଙ୍କ ହାତରେ ଧରାପଡିଥିଲେ ।  ବାବର ଆଜମ ମଧ୍ୟ ୨୨ ରନ କରି ଆଉଟ ହୋଇଥିଲେ । ଏବେ ମହମ୍ମଦ ହାଫିଜ ଓ ସରଫରାଜ ଅହମଦ କ୍ରିଜରେ ଅଛନ୍ତି । ସର୍ବଶେଷ ଖବର ସୁଦ୍ଧା ୧୩.୧ ଓଭରରେ ୪ ଟି ଓ୍ଵିକେଟ ହରାଇ ମାତ୍ର ୬୨ ରନ ସଂଗ୍ରହ କରିଛି ।

ଗତକାଲି ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଘରୋଇ ଇଂଲାଣ୍ଡ ଦଳ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ପରାସ୍ତ କରିଥିଲା । ଇଂଲଣ୍ଡ ୩୧୨ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଏହି ଆଫ୍ରିକା ଦଳ କେବଳ ୨୦୭ ରନରେ ଅଟକି ଯାଇଥିଲା ।

ସମ୍ବନ୍ଧିତ ଖବର