ବର୍ମିଙ୍ଗ୍ହାମ୍: ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ଆମିର ବିଶ୍ବକପ୍ (୧୯୯୯ ସଂସ୍କରଣ ପରଠୁ)ରେ ପ୍ରଥମ ବଲ୍ରେ ୱିକେଟ୍ ଅକ୍ତିଆର କରିବାରେ ବିଶ୍ବର ନବମ ବୋଲର ହୋଇଛନ୍ତି। ଆମିର ଦ୍ରୁତ ବୋଲର ବୁଧବାର ନ୍ୟୁଜିଲାଣ୍ଡ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲଙ୍କୁ ବୋଲ୍ଡ କରି ଏଭଳି ସଫଳତା ଅର୍ଜନ କରିଥିଲେ। ଅମିରଙ୍କ ପୂର୍ବରୁ ଚଳିତ ବିଶ୍ବକପ୍ରେ ଭାରତୀୟ ଦଳର ମଧ୍ୟମଗତି ବୋଲର ବିଜୟ ଶଙ୍କର ମଧ୍ୟ ନିଜର ପ୍ରଥମ ବଲ୍ରେ ୱିକେଟ୍ ଅକ୍ତିଆର କରିଥିଲେ। ତେବେ ବିଶ୍ବକପ୍ରେ ପ୍ରଥମ ବଲ୍ରେ ୱିକେଟ୍ କାଢ଼ିବାରେ ଇଂଲଣ୍ଡ ମଧ୍ୟମଗତି ବୋଲର ମାର୍କ ଏଲ୍ହାମ୍ ପ୍ରଥମ ବୋଲର ରହିଛନ୍ତି। ତାଙ୍କ ପରେ ବିଶ୍ବକପ୍ରେ ଏଭଳି ସଫଳତା ହାତେଇଥିବା ବୋଲରମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଇଆନ୍ ହାର୍ଭେ (୨୦୦୩), ବରମୁଡାର ମାଲାଚି ଜୋନ୍ସ ଏବଂ ପାକିସ୍ତାନର ମହମ୍ମଦ ୟୁସୁଫ୍ (୨୨୦୭) ଶ୍ରୀଲଙ୍କାର ଥିସାରା ପେରେରା ଓ କେନିଆର ଜେମ୍ସ ଏନ୍ଗୋଚେ (୨୦୧୧) ଏବଂ ଆଫ୍ଗାନିସ୍ତାନର ଦୌଲତ ଜଦ୍ରାନ୍ (୨୦୧୫) ସାମିଲ ରହିଛନ୍ତି।
ପ୍ରଥମ ବଲ୍ରେ ୱିକେଟ୍ ନେବାରେ ଆମିରର ନବମ
/sambad/media/post_attachments/wp-content/uploads/2019/06/amir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)