ମୁମ୍ବାଇ: ମଙ୍ଗଳବାର ମୁମ୍ବାଇ ବିପକ୍ଷରେ ଶେଷ ମଞ୍ଚ ଖେଳି ନିଜ ଦେଶକୁ ଫେରିଯାଇଛନ୍ତି ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ୍ | ଆଇପିଏଲ୍ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜିତିବା ପରେ ସନରାଇଜର୍ସ ହାଇଦ୍ରାବାଦ (SRH) ଅଧିନାୟକ କେନ୍ ୱିଲିୟମସନ ଏକ ବଡ ନିଷ୍ପତ୍ତି ନେଇଛନ୍ତି | ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ୱିଲିୟମ୍ସନ୍ ଆଇପିଏଲ୍ ୨୦୨୨ ଛାଡି ଘରକୁ ଚାଲିଯାଇଛନ୍ତି | ୱିଲିୟମସନ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି ଓ ଏଥିପାଇଁ ସେ ନିଜ ପତ୍ନୀ ଏବଂ ପରିବାର ସହିତ ରହିବାକୁ ନ୍ୟୁଜିଲ୍ୟାଣ୍ଡ ପଳାଇଛନ୍ତି | ଟୁଇଟ୍ କରି ସନରାଇଜର୍ସ ହାଇଦ୍ରାବାଦ ଏହି ସୂଚନା ଦେଇଛି।

Advertisment

ସନରାଇଜର୍ସ ହାଇଦ୍ରାବାଦ କହିଛି ଯେ,“ଆମର ଅଧିନାୟକ କେନ୍ ୱିଲିୟମସନ ତାଙ୍କ ପରିବାରର ନୂତନ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ଫେରିଛନ୍ତି। ସନରାଇଜର୍ସ କ୍ୟାମ୍ପର ସମସ୍ତେ କେନ୍ ୱିଲିୟମସନ ଏବଂ ତାଙ୍କ ପତ୍ନୀଙ୍କର ଏକ ନିରାପଦ ପ୍ରସବ ଏବଂ ସମସ୍ତ ସୁଖ କାମନା କରୁଛନ୍ତି |


ସୂଚନା ଥାଉ କି ମେ ୨୨ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦକୁ ଶେଷ ମ୍ୟାଚ୍ ଖେଳିବାକୁ ପଡିବ ଏବଂ ୱିଲିୟମସନଙ୍କ ଅନୁପସ୍ଥିତିରେ ହାଇଦ୍ରାବାଦର ଅଧିନାୟକ କିଏ ହେବ ସେନେଇ ହାଇଦ୍ରାବାଦ ଫ୍ରାଞ୍ଚାଇଜ୍ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ। ଚଳିତ ସିଜନରେ ହାଇଦ୍ରାବାଦ ଦଳ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚରୁ ୬ଟିରେ ଜିତିଥିବାବେଳେ ସାତୋଟି ମ୍ୟାଚରେ ହାରିଛି। ଦଳ ଏପର୍ଯ୍ୟନ୍ତ ଅଷ୍ଟମ ସ୍ଥାନରେ ରହିଛି ଏବଂ ପ୍ଲେ ଅଫ୍ ଦୌଡରେ ଅଛି |