ଲାହୋର : ଦିନ ଥିଲା ପାକିସ୍ତାନ କ୍ରିକେଟରେ ବାବର ଆଜମ ଓ ମହମ୍ମଦ ରିଜଓ୍ବାନଙ୍କ ଆଧିପତ୍ୟ ରହିଥିଲା । ଏପରିକି ବାବରଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଉଥିଲା । କିନ୍ତୁ ଏବେ ଏହି ଦୁଇ ତାରକାଙ୍କ ଯୁଗ ଶେଷ ହୋଇଯାଇଛି କି ? କାରଣ କିଛି ଦିନ ତଳେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏସିଆ କପ ପାଇଁ ଘୋଷିତ ଟି-୨୦ ଦଳରେ ଏହି ଦୁଇ ଖେଳାଳିଙ୍କ ନାଁ ନାହିଁ । ପୁଣି ଗତ କାଲି ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଜାରି ଅନୁବନ୍ଧ ତାଲିକାରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ବି ଗ୍ରେଡରେ ରଖାଯାଇଛି । ଏପରିକି ଏ ଗ୍ରେଡରେ କୌଣସି ଖେଳାଳିଙ୍କୁ ରଖାଯାଇନାହିଁ ।

Advertisment

ଉଭୟ ବାବର ଓ ରିଜଓ୍ବାନ ପାକିସ୍ତାନ ପାଇଁ ଟି୨୦ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ଏହା ସତ୍ତ୍ବେ ସେମାନଙ୍କୁ ଟିମରେ ନରଖିବାକୁ ଅନେକ ପୂର୍ବତନ ଖେଳାଳି ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ଆଉ କେତେକ ଏହାକୁ ସମର୍ଥନ କରିଛନ୍ତି । ପୂର୍ବତନ ପାକ କ୍ରିକେଟିୟର ତନବିନ ଅହମ୍ମଦ କହିଛନ୍ତି ଯେ “ଯଦି ଉଭୟ ଖେଳାଳିଙ୍କର କିଛିଟାବି ’ଆତ୍ମସମ୍ମାନ ଥିବ ତେବେ ସେମାନେ ବିରାଟ କୋହଲିଙ୍କ ପରି କ୍ରିକେଟରୁ ଅବସର ନେଇ ଘରେ ବସିବା ଉଚିତ୍। ଆମ ଆଗରେ ବିରାଟଙ୍କ ଉଦାହରଣ ରହିଛି ଓ ତୁମ ଇଜ୍ଜତ ତୁମ ହାତରେ ରହିଛି ।“

ଅନ୍ୟପକ୍ଷରେ ପାକିସ୍ତାନୀ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ହଫିଜ କହିଛନ୍ତି ଯେ ବୋର୍ଡର ନିଷ୍ପତ୍ତି ଠିକ । ବାବର ଓ ରିଜଓ୍ବାନ ଏବେ ମ୍ୟାଚ ଓ୍ବିନର ନୁହନ୍ତି ।