ବାରବାଟୀ ମ୍ୟାଚ୍‌ରେ ‌ଭଲ ବୋଲିଂ କରି ପ୍ରତ୍ୟାବର୍ତ୍ତନ କରିବୁ: ଭୁବନେଶ୍ବର କୁମାର

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ। ଟିମ୍‌ର ବୋଲରମାନେ ଭଲ ବୋଲିଂ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ବୋଲିଂ କରି ପ୍ରତ୍ୟାବର୍ତ୍ତନ କରିବୁ ବୋଲି ଭୁବନେଶ୍ବର କୁମାର କହିଛନ୍ତି। ଟିମ୍‌ ଇଣ୍ଡିଆର ଅଭ୍ୟାସ ପୂର୍ବରୁ ବାରବାଟୀ ଷ୍ଟାଡିୟମ୍‌ରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦ୍ରୁତ ବୋଲର ଭୁବନେଶ୍ବର କୁମାର କହିଛନ୍ତି ଯେ, ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ‌ଗତ ୯ ତାରିଖରେ ଖେଳାଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨- ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲିଂ ଭଲ ନ ଥିଲା। ତେଣୁ ଆମେ ମ୍ୟାଚ୍‌ ହାରିଗଲୁ। କିନ୍ତୁ ବାରବାଟୀ ମ୍ୟାଚରେ ଭଲ ବୋଲିଂ କରି ପ୍ରତ୍ୟାବର୍ତ୍ତନ କରିବୁ। ଯେଉଁ ଖେଳାଳିମାନେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭଲ ଖେଳିଥିଲେ ସେମାନେ ହିଁ ଦଳରେ ଅଛନ୍ତି। ବର୍ତ୍ତମାନ ଟିମ୍‌ରେ ବରିଷ୍ଠ ତଥା ଅଭିଜ୍ଞ ବୋଲର ନାହାନ୍ତି। ନୂଆ ଖେଳାଳିଙ୍କୁ  ନେଇ ରଣନୀତି କରିବାକୁ ହେବ ବୋଲି ଭୁବନେଶ୍ବର କୁମାର କହିଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୧୨ ତାରିଖ ସନ୍ଧ୍ୟା ୭ଟାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ମୁକାବିଲା ହେବ। ଏହି ମ୍ୟାଚ ପାଇଁ ଆଜି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ବାରବାଟୀରେ ଅଭ୍ୟାସ କରିଛନ୍ତି। ମ୍ୟାଚର ସଫଳ ଆୟୋଜନ ପାଇ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଅଣ୍ଟା ଭିଡିଥିବା ବେଳେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

 

ସମ୍ବନ୍ଧିତ ଖବର