ଆହତ ଯୋଗୁଁ ଆର୍‌ସିବିରୁ ବାଦ୍‌ ପଡ଼ିଲେ ୱିଲ୍‌ ଜାକ୍ସ

ବେଙ୍ଗାଲୁରୁ : ଆହତ ଯୋଗୁଁ ୱିଲ୍‌ ଜାକ୍ସ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳରୁ ବାଦ୍‌ ପଡ଼ିଛନ୍ତି। ଗତ ଡିସେମ୍ବର ଆଇପିଏଲ୍‌ ନିଲାମରେ ଆର୍‌ସିବି ମଧ୍ୟଭାଗରେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ସ୍ଥାନ ପୂରଣ ଲାଗି ୱିଲ୍‌ ଜାକ୍ସଙ୍କୁ ୩.୨ କୋଟି ଟଙ୍କାରେ କିଣିଥିଲା। ହେଲେ ଏହି ଇଂଲଣ୍ଡ ଅଲ୍‌ରାଉଣ୍ଡର ବାଂଲାଦେଶ ବିପକ୍ଷ ଦ୍ବିତୀୟ ଦିନିକିଆରେ କ୍ଷେତ୍ରରକ୍ଷଣ କରୁଥିବା ବେଳେ ଆହତ ହୋଇଥିଲେ। ସ୍କାନ୍‌ ପରେ ତାଙ୍କ ଆଘାତ ଜନିତ ସମସ୍ୟା ଗୁରୁତର ଥିବା ଜଣାପଡ଼ିଥିଲ। ସୁସ୍ଥ ହେବାକୁ ଅଧିକ ଦିନ ଲାଗିବ। ତେଣୁ ସେ ଆଇପିଏଲ୍‌ରୁ ଓହରିବାକୁ ବାଧ୍ୟ ହୋଇଛନ୍ତି। ତା‌ଙ୍କ ସ୍ଥାନରେ ନିଲାମରେ ବିକ୍ରି ହୋଇନଥିବା ମାଇକେଲ ବ୍ରାସୱେଲ୍‌ଙ୍କୁ ଦଳ ନେବାର ସମ୍ଭାବନା ରିହିଛି। ଆର୍‌ସିବି ଏପ୍ରିଲ ୨ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରୁ ଆଇପିଏଲ୍‌ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର