ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ର ସୀମିତ ଓଭର କ୍ରିକେଟର୍ ନିକୋଲାସ ପୁରନ ସୋମବାର ନିଜ ବାଲ୍ୟବାଂଧବୀ ଆଲିସା କାଥେରିନା ମିଗୁଏଲଙ୍କୁ ବିହାହ କରିଛନ୍ତି। ପୂରନ ନିଜେ ଟ୍ବିଟ୍ କରି ଏହା ସ୍ପଷ୍ଟ କରିଛନ୍ତି। ଟ୍ବିଟର୍ ହ୍ୟାଣ୍ଡଲରେ ପୂରନ ଲେଖିଛନ୍ତି ‘ଜିସସ୍ ମୋତେ ଜୀବନରେ ଅନେକ ଆଶୀର୍ବାଦ କରିଛନ୍ତି। ଜୀବନରେ ତୁମକୁ ପାଇବାଠାରୁ ଆଉ କେହି ବଡ଼ ନୁହେଁ। ସ୍ବାଗତଂ ମିଷ୍ଟର୍ ଓ ମିଷ୍ଟ୍ରେସ୍ ପୂରନ'। ଏହି ଯୋଡ଼ି ୨୦୧୪ ମସିହାରୁ ସମ୍ପର୍କରେ ରହିଥିଲେ। ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ପୂରନ କିନ୍ତୁ ଚଳିତ ବର୍ଷ ଆଇପିଏଲ୍ରେ ସେଭଳି ପ୍ରଭାବ ପକାଇନାହାନ୍ତି। ଅଧାରୁ ଏହି ଲିଗ୍ ଅଟକିବା ବେଳକୁ ସେ ୬ ମ୍ୟାଚ୍ ଖେଳି ମାତ୍ର ୨୮ ରନ୍ କରିଥିଲେ। ଏହା ମଧ୍ୟରେ ୪ ଥର ଶୂନରେ ଆଉଟ୍ ହୋଇଥିଲେ। ଏବେ ବିବାହ ହେବା ପରେ ଲେଡି ଲକ୍ ପୂରନଙ୍କ ଆଇପିଏଲ୍ ଭାଗ୍ୟ ବଦଳାଇ ଦେବ ବୋଲି ଆଶା କରାଯାଉଛି। ସେପ୍ଟେମ୍ବର ତୃତୀୟ ସପ୍ତାହରୁ ୟୁଏଇରେ ଆଇପିଏଲ୍ର ଅବଶିଷ୍ଟ ଭାଗ ଖେଳାଯିବାକୁ ଥିବାବେଳେ ଅକ୍ଟୋବରରେ ପୂରନ ୨୬ ବର୍ଷରେ ପଦାର୍ପଣ କରିବେ।
ବିବାହ ବଦଳାଇବ କି ପୂରନଙ୍କ ଭାଗ୍ୟ?
/sambad/media/post_attachments/wp-content/uploads/2021/06/56f6h5f4s56h45s6fhhhhhhhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)