କୋଲକାତା: ଆଇପିଏଲ୍ ୨୦୨୫ରେ ଏମଏସ ଧୋନି ଅନ୍-କ୍ୟାପ୍ଡ ପ୍ଲେୟାର୍ ଭାବରେ ଖେଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏମ୍ଏସ୍ ଧୋନି ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଇଥିଲେ। ତେବେ ସେ ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି। ବର୍ତ୍ତମାନ ପୁଣି ଥରେ ଧୋନି ପରବର୍ତ୍ତୀ ଆଇପିଏଲ୍ ଅର୍ଥାତ୍ ୨୦୨୫ରେ ଖେଳିବା ଉପରେ ପ୍ରଶ୍ନ ଉଠିଛି ।

Advertisment

୪୩ ବର୍ଷିୟ ଧୋନି ପରବର୍ତ୍ତୀ ଆଇପିଏଲ୍ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଧୋନିଙ୍କ ପରବର୍ତ୍ତୀ ଆଇପିଏଲ ଖେଳିବା ବିଷୟରେ କହିଛନ୍ତି।

ଧୋନି ୨୦୨୪ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନ ଥିଲେ। ଧୋନିଙ୍କ ସ୍ଥାନରେ ଋତୁରାଜ ଗାଇକ୍ବାଡ ଦଳର ଦାୟିତ୍ୱ ତୁଲାଉଥିବାର ନଜର ଆସିଥିଲେ। ଧୋନି କ୍ୟାପଟେନ ନ ହେବା ମଧ୍ୟ ତାଙ୍କ ଅବସର ନେବାର ଏକ ସୂଚକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଅବସର ନେଇ ଧୋନିଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇ ନାହିଁ।

ଯେଉଁ ଖେଳାଳିମାନେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁ ନାହାନ୍ତି ସେମାନଙ୍କୁ ଅନ୍-କ୍ୟାପ୍ଡ ଖେଳାଳି ବୋଲି କୁହାଯାଇଥାଏ। ଧୋନି ଶେଷ ଥର ପାଇଁ ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ। ୨୦୦୮ ରୁ ୨୦୨୧ ଆଇପିଏଲ୍‌ରେ, ଏକ ନିୟମ ଥିଲା ଯେଉଁଥିରେ ପାଞ୍ଚ ବର୍ଷରୁ ଅଧିକ ସମୟ ପାଇଁ ଅବସର ନେଇଥିବା ଖେଳାଳିଙ୍କୁ ଅଣସଂରକ୍ଷିତ ବା ଅନ୍-କ୍ୟାପ୍ଡ ଖେଳାଳି ଭାବରେ ବିବେଚନା କରାଯାଉଥିଲା।

ଇଏସପିଏନ୍ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ ବିସିସିଆଇ ସହିତ ଆଇପିଏଲ୍ ଦଳର ମାଲିକଙ୍କ ବୈଠକରେ ଚେନ୍ନାଇ ସୁପର କିଙ୍ଗ୍ସ ଏହି ନିୟମ ଫେରାଇ ଆଣିବାକୁ ଦାବି କରିଛି।

ଅନ୍-କ୍ୟାପ୍ଡ ଖେଳାଳିଙ୍କ ପ୍ରସଙ୍ଗରେ କଥାବାର୍ତ୍ତା କରି ଅଶ୍ୱିନ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, "ଧୋନି ଜଣେ ଅନ୍-କ୍ୟାପ୍ଡ ଖେଳାଳି ଭାବରେ ଖେଳିବେ କି? ଏହା ଏକ ବଡ଼ ପ୍ରଶ୍ନ ଚିହ୍ନ। କଥାଟି ଠିକ୍ ଅଟେ। ସେ ଦୀର୍ଘ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାନ୍ତି। ସେ ଅବସରପ୍ରାପ୍ତ।

ସେଥିପାଇଁ ସେ ଜଣେ ଅନ୍-କ୍ୟାପ୍ଡ ଖେଳାଳି। ସେ ଜଣେ କ୍ୟାପ୍ଡ ଖେଳାଳି ନୁହନ୍ତି। ଧୋନିଙ୍କ ପରି ଜଣେ ଖେଳାଳି ଅନ୍-କ୍ୟାପ୍ଡ ଭାବେ କାହିଁକି ଖେଳି ପାରିବେ ନାହିଁ। ଏହା ଏକ ଅନ୍ୟ ପ୍ରସଙ୍ଗ। ଯଦି କେହି ଏନେଇ କଥାବାର୍ତ୍ତା କରନ୍ତି, ତେବେ ସମସ୍ତେ ଧୋନିଙ୍କ ବିଷୟରେ କହିବେ।