ମସ୍କୋ: ଏକ ମାସ ଧରି ରୁଷିଆରେ ଚାଲିଥିବା ଫୁଟ୍ବଲ୍ ବିଶ୍ୱକପ୍ ରବିବାର ଶେଷ ହେବ। ମସ୍କୋର ଲୁଝ୍ନିକି ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଫାଇନାଲ୍ରେ ଟ୍ରଫି ଲାଗି ଫ୍ରାନ୍ସ ଏବଂ କ୍ରୋଏସିଆ ଲଢ଼େଇ କରିବେ। ୩୧ ଦିନ ଧରି ଚାଲିଥିବା ଏହି ଫୁଟ୍ବଲ୍ ମାହାସମରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପରିସମାପ୍ତି ଘଟିବ। ଏହି ଉଦ୍ଯାପନୀ ଉତ୍ସବରେ ହଲିଉଡ୍ ଅଭିନେତା ଓ ଗାୟକ ଓ୍ଵିଲ୍ ସ୍ମିଥ୍ ଓ ଆମେରିକୀୟ ଗାୟକ ନିକି ଜାମଙ୍କ ସହ କୋସୋଭୋ ଗାୟିକା ଏରା ଇଷ୍ଟ୍ରେଫିଙ୍କ ରୋମାଞ୍ଚ ଦେଖିବାକୁ ମିଳିବ। ଏହି ତିନି ଜଣ ମଞ୍ଚରେ ଫିଫା ବିଶ୍ୱକପ୍ର ଅଫିସିଆଲ୍ ସଙ୍ଗୀତ ‘ଲିଭ୍ ଇଟ୍ ଅପ୍’ ପରିବେଷଣ କରିବେ। ବିଶ୍ୱକପ୍ର ଅଂଶ ବିଶେଷ ହୋଇପାରିଥିବାରୁ ଆମେ ଗର୍ବିତ ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଏହି ତିନି କାଳାକାର।
ଉଦ୍ଯାପନୀରେ ଏରା, ଓ୍ଵିଲ୍, ନିକି ରୋମାଞ୍ଚ
/sambad/media/post_attachments/wp-content/uploads/2018/07/16-Closing.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)