ପାକିସ୍ତାନ ବିଶ୍ବକପ ଖେଳିବାକୁ ଭାରତ ଆସିବ କି ? କ’ଣ କହିଲେ ନୂଆ ପିସିବି ମୁଖ୍ୟ ?

କରାଚି : ପାକିସ୍ତାନ ଦଳ ୨୦୨୩ରେ ଭାରତରେ ହେବାକୁ ଥିବା ବିଶ୍ବକପ କ୍ରିକେଟ ଖେଳିବା ସଂପର୍କିତ ନିଷ୍ପତ୍ତି ପାକିସ୍ତାନ ସରକାର ନେବେ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ ନଜମ ସେଠୀ ।

ସେଠୀ ସୋମବାର ଏ କହିଛନ୍ତି ଯେ ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ପାକିସ୍ତାନ ଦଳକୁ ପଠାଇବା ନିଷ୍ପତ୍ତି ସରକାରୀ ସ୍ତରରେ ନିଆଯିବ।

“ପାକିସ୍ତାନ-ଭାରତ କ୍ରିକେଟ୍ ସମ୍ପର୍କ ବିଷୟରେ, ଏହା ସ୍ପଷ୍ଟ ଯେ ଏହା ସର୍ବଦା ସରକାରୀ ସ୍ତରରେ ସ୍ଥିର କରାଯାଏ,” ସେ କହିଛନ୍ତି ଯେ “ସରକାରୀ ସ୍ତରରେ ଏପରି ନିଷ୍ପତ୍ତି ନିଆଯାଏ ଏବଂ ପିସିବି କେବଳ ସରକାରଙ୍କୁ ଏ ସଂପର୍କରେ ସ୍ପଷ୍ଟତା ମାଗିପାରିବ ।

ସେଠୀ କହିଛନ୍ତି ଯେ “ରମିଜଙ୍କ ପ୍ରତି ତାଙ୍କର ବହୁତ ସମ୍ମାନ ଅଛି ଏବଂ ଯଦି ସେ କମେଣ୍ଟ୍ରି ବକ୍ସକୁ ଫେରିବାକୁ ଚାହାନ୍ତି, ତେବେ ବୋର୍ଡ ତାହାର ବିରୋଧ କରିବ ନାହିଁ ।

ଏହା ପୂର୍ବରୁ  ପାକିସ୍ତାନ ବିଶ୍ବକପ ୨୦୨୩କୁ ବର୍ଜନ କରିବା ସମ୍ପର୍କରେ ରମିଜ ରାଜା କହିଥିଲେ ଯେ ପାକିସ୍ତାନକୁ ବହୁ ଦିନ ପରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଫେରୁଛି । ପାକିସ୍ତାନକୁ ଏସିଆ କପ ଆୟୋଜନ ଦାୟିତ୍ବ ଦିଆଯାଇଥିବାବେଳେ ଭାରତ ଆସିବାକୁ ମନା କରୁଛି ଓ ଏଥିପାଇଁ ଏସିଆ କପକୁ ଏକ ନିରପେକ୍ଷ ସ୍ଥାନରେ କରିବାକୁ କୁହାଯାଉଛି । ଏଥିପାଇଁ ଆମେ ପ୍ରତିବାଦ କରୁଥିଲୁ ।

ସମ୍ବନ୍ଧିତ ଖବର