ୱିଲିୟମସନ୍‌ ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ଦିନିକିଆ ଖେଳାଳି: ‌ଭିଟୋରି

ବିର୍ମିଂହାମ: ବୁଧବାର ଦକ୍ଷିଣ ଆଫ୍ରିକ‌ା ବିପକ୍ଷ ମ୍ୟାଚ୍‌ରେ ଶତକ ଜମାଇ ନ୍ୟୁଜିଲାଣ୍ଡକୁ ବିଜୟ ଦେଇଥିବା କେନ ୱିଲିୟମ୍‌ସନ୍‌ଙ୍କୁ ପ୍ରଶଂସାରେ ପୋତିଛନ୍ତି ପୂର୍ବତନ ସ୍ପିନର ଡାନିଏଲ ‌ଭିଟୋରି। ଏହି ବିଜୟୀ ପାଳି ପାଇଁ କେନ ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ଦିନିକିଆ ଖେଳାଳି ବୋଲି ନିଜକୁ ପ୍ରମାଣିତ କରିଛନ୍ତି। ‌ମୁଁ ଭାବୁଛି ସେ ଏବେ ‌ଯେପରି ଖେଳୁଛନ୍ତି ଅତୀତ ଓ ବର୍ତମାନର ବହୁ କୀର୍ତିମାନ ଭାଙ୍ଗିଦେବେ। ସତରେ‌ ସେ ଜଣେ ଶ୍ରେଷ୍ଠ ଖେଳାଳି ବୋଲି ଏକ ସ୍ତମ୍ବରେ ନ୍ୟୁଜିଲାଣ୍ଡ କିମ୍ବଦନ୍ତୀ ଭିଟୋରି ଲେଖିଛନ୍ତି। କେନ୍‌ ୧୩୮ ବଲ୍‌ରୁ ୧୦୬ ରନ୍‌ର ଅପରାଜିତ ପାଳି ଖେଳି ଦକ୍ଷିଣ ଆଫ୍ରିକାକୁ ୪ ୱିକେଟ୍‌ରେ ପରାସ୍ତ କରିବା‌ରେ ମୁଖ୍ୟ ଭୂମିକା ତୁଲାଇଥିଲେ। କେନ୍‌ ଅଧିନାୟକ ଥାଉନ୍ତି କି ନଥାନ୍ତୁ। କିନ୍ତୁ ନିଜ ଖେଳରେ ସବୁବେଳେ ଆଗରେ ରହିବେ। ସେ ‌ସବୁପ୍ରକାର ସଟ୍‌ ଖେଳିବାରେ ମାହିର, ତାଙ୍କୁ ଜଣା କିଭଳି ଷ୍ଟ୍ରାଇକ୍‌ ରୋଟେଟ୍‌ କରାଯା‌ଏ। ୨୮ ବର୍ଷ ବୟସରେ କେନ ୧୩୦୦୦ ରନ୍‌ ପୂର୍ଣ୍ଣ କରିସାରିଲେଣି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ସେ ୮୦ ରନ୍‌ କଲାପରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ପିଚ୍‌ ବୋଲର ସହାୟକ ଥିଲା। ଦକ୍ଷିଣ ଆଫ୍ରିକା ବୋଲର ମଧ୍ୟ ଭଲ ଥିଲେ। ତଥାପି ଏଭଳି ପରିସ୍ଥିତିରେ ‌କେନ୍‌ ନିଜର ବ୍ୟାଟିଂ ଦକ୍ଷତା ଦେଖାଇଥିଲେ। ସେ ଜାଣନ୍ତି ଦଳ କେଉଁ ପରିସ୍ଥିତିରେ ରହିଛି। ସେହି ଅନୁଯାୟୀ ସେ ଯୋଜନା କରିଥାନ୍ତି। ସେଥିପାଇଁ ‌କେନ୍‌ ବିଶ୍ବର ଶ୍ରେଷ୍ଠ ଖେଳାଳିମ ଧ୍ୟରେ ପରିଗଣିତ ହେଉଛନ୍ତି ବୋଲି ନ୍ୟୁଜିଲାଣ୍ଡ ପାଇଁ ୭୦୫ ୱିକେଟ୍‌ ଏବଂ ପାଖାପାଖି ୭୦୦୦ ରନ୍‌ କରିଥିବା ଭିଟୋରି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର