କୋହଲିଙ୍କ ମାନ୍ୟତାର ସମକକ୍ଷ ହେଲେ ୱିଲିୟମସନ୍‌, ଭନ୍‌ଙ୍କୁ ଟ୍ରୋଲ୍‌ କଲେ ଜାଫର

ଦୁବାଇ: ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱଲିୟମସନ୍‌ ସୋମବାର ପ୍ରକାଶିତ ଆଇସିସି ଟେଷ୍ଟ୍‌ ମାନ୍ୟତାର ବ୍ୟାଟ୍ସମ୍ୟାନ୍‌ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ୮୮୬ ପଏଣ୍ଟ୍‌ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ‌ଷ୍ଟିଭ୍‌ ସ୍ମିଥ୍‌ (୯୧୧) ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଦ୍ବିତୀୟ ଭାରତୀୟ ଭାବେ ଚେତେଶ୍ବର ପୂଜାରା (ସପ୍ତମ) ଶୀର୍ଷ ୧୦ ମଧ୍ୟ‌ରେ ରହିଛନ୍ତି। ଆଜଙ୍କ୍ୟ ରାହାଣେ ଏକାଦଶ ଏବଂ ମୟଙ୍କ ଅଗ୍ରୱାଲ୍‌ ଦ୍ବାଦଶ ସ୍ଥାନରେ ରହିଛନ୍ତି। ଟେଷ୍ଟ୍‌ ଅଲ୍‌ରାଉଣ୍ଡରରେ ୱେଷ୍ଟ୍‌ଇଣ୍ଡିଜ୍‌ ଅଧିନାୟକ ଜାସନ ହୋଲ୍‌ଡର (୪୩୪)ଙ୍କୁ ପଛକୁ ଠେଲି ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ (୪୪୬) ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଭାରତୀୟ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ତୃତୀୟ ଏବଂ ରବିଚନ୍ଦ୍ରନ ଅଶ୍ବିନ ଷଷ୍ଠରେ ରହିଛନ୍ତି। ବୋଲର ତାଲିକାରେ ଯଶ୍‌ପ୍ରୀତ ବୁମ୍‌ରା ନବମ ସ୍ଥାନରେ ସ୍ଥିର ରହିଥିଲା ବେଳେ ଅଶ୍ବିନ ଏକାଦଶ ଏବଂ ମହମ୍ମଦ ସାମି ଯୁଗ୍ମ ତ୍ରୟୋଦଶ, ଈଶାନ୍ତ ଶର୍ମା ସପ୍ତଦଶ ଓ ରବୀନ୍ଦ୍ର ଜାଦେଜା ଅଷ୍ଟାଦଶରେ ରହିଛନ୍ତି।

 

ସମ୍ବନ୍ଧିତ ଖବର