ଅଧିନାୟକ ପଦ ଛାଡ଼ିଲେ ୱିଲିୟମସନ୍‌

ନୁଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଧଳାବଲ୍‌ ଦଳର ଅଧିନାୟକ ପଦରୁ କେନ୍‌ ୱିଲିୟମସନ୍‌ ଓହରି ଯାଇଛନ୍ତି। ଏଥିସହ ସେ ୨୦୨୪-୨୫ ଋତୁ ଲାଗି ମଧ୍ୟ ଜାତୀୟ ଚୁକ୍ତିରେ ସ୍ବାକ୍ଷର କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଚଳିତ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟରୁ ନ୍ୟୁଜିଲାଣ୍ଡ ବିଦାୟ ନେବା ପରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ନ୍ୟୁଜିଲାଣ୍ଡ ଗତ ୩ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ୨୦୨୧ରେ ଫାଇନାଲ୍‌ ଖେଳିଥିଲା। ହେଲେ କେବେ ବି ଏହି ଟ୍ରଫି ଜିତି ପାରିନି। ୱିଲିୟମସନ୍‌ଙ୍କ ସହ ଆଉ ଜଣେ ନ୍ୟୁଜିଲାଣ୍ଡ ଖେଳାଳି ଲୁକି ଫର୍ଗୁସନ ଜାତୀୟ ଚୁକ୍ତି ସ୍ବୀକାର କରି ନାହାନ୍ତି।

ସମ୍ବନ୍ଧିତ ଖବର