ୱେଲିଂଟନ: କେନ୍ ୱିଲିୟମସନ୍ ଗୁରୁବାର ନ୍ୟୁଜିଲାଣ୍ଡ ଟେଷ୍ଟ ଅଧିନାୟକ ପଦରୁ ଓହରି ଯାଇଛନ୍ତି। ୩୨ ବର୍ଷୀୟ ଏହି ବ୍ୟାଟର୍ ୬ ବର୍ଷରୁ ଅଧିକ ସମୟ ଏହି ଦାୟିତ୍ବରେ ରହିଥିଲେ। ତାଙ୍କ ନେତୃତ୍ବରେ ଦଳ ପ୍ରଥମ ବିଶ୍ବ ଟେଷ୍ଟ୍ ଚାମ୍ପିଆନ୍ସିପ୍ ଟ୍ରଫି କରାୟତ୍ତ କରିଥିଲା। ନେତୃତ୍ବରୁ ଓହରିଥିଲେ ମଧ୍ୟ ୱିଲିୟମସନ୍ ଟେଷ୍ଟରେ ଖେଳିବା ଜାରି ରଖିବେ ଏବଂ ଦିନିକିଆ ଓ ଟ୍ବେଣ୍ଟିରେ ନେତୃତ୍ବ ନେବେ। ତାଙ୍କ ସ୍ଥାନରେ ଟେଷ୍ଟ୍ରେ ଦ୍ରୁତ ବୋଲର ଟିମ୍ ସାଉଦିଙ୍କୁ ଅଧିନାୟକ ଭାବେ ନିଯୁକ୍ତି କରାଯାଇଛି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ୍ କହିଛି। ୱିଲିୟମସନ୍ଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନ ମଧ୍ୟ ଦଖଲ କରିଥିଲା। ତାଙ୍କ ଅଧିନାୟକତ୍ବରେ ଦଳ ୪୦ ମ୍ୟାଚ୍ ଖେଳି ୨୨ ବିଜୟ ପାଇଛି। ନୂଆ ଅଧିନାୟକ ୩୪ ବର୍ଷୀୟ ସାଉଦି ଆଗାମୀ ପାକିସ୍ତାନ ବିପକ୍ଷ ଶୃଙ୍ଖଳାରୁ ଏହି ଦାୟିତ୍ବ ନେବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp