ଓ୍ଵିଲିୟମ୍‌ସନ୍‌ ସନ୍‌ରାଇଜର୍ସର ନୂଆ ଅଧିନାୟକ

ହାଇଦ୍ରାବାଦ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ଚଳିତ ବର୍ଷ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେବେ। ଅଷ୍ଟ୍ରେଲିଆ ତାରକା ଡେଭିଡ୍‌ ଓ୍ଵାର୍ନର ବଲ୍‌ ବିକୃତ ମାମଲାରେ ଛନ୍ଦି ହୋଇ ଆଇପିଏଲ୍‌ରୁ ବାଦ୍‌ ପଡ଼ିବା ପରେ ଓ୍ଵିଲିୟମ୍‌ସନ୍‌ଙ୍କୁ ହାଇଦ୍ରାବାଦ ଏହି ନିଯୁକ୍ତି ଦେଇଛି। ଦୌଡ଼ରେ ଦୁଇ ଭାରତୀୟ ତାରକା ଶିଖର ଧାଓ୍ଵନ୍‌ ଏବଂ ଭୁବନେଶ୍ୱର କୁମାର ରହିଥିଲେ ମଧ୍ୟ ସନ୍‌ରାଇଜର୍ସ ଓ୍ଵିଲିୟମ୍‌ସନ୍‌ଙ୍କ ଉପରେ ଭରସା ରଖିଥିଲା। ଗତ ସଂସ୍କରଣରେ ଓ୍ଵିଲିୟମ୍‌ସନ୍‌ ୧୫ ମ୍ୟାଚ୍‌ ଖେଳି ୩ ଅର୍ଧଶତକ ସହ ୧୨୯.୨୪ ଷ୍ଟ୍ରାଇକ୍‌ ରେଟ୍‌ରେ ୪୧୧ ରନ୍‌ କରିଥିଲେ। ପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ଥିବା ସ୍ମିଥ୍‌ ପଦ ଛାଡ଼ିଥିଲେ। ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରହାଣେଙ୍କୁ ନିଯୁକ୍ତି ମିଳିଥିଲା।

ସମ୍ବନ୍ଧିତ ଖବର