ଚଳିତ ଏକଦିବସୀୟ କ୍ରିକେଟ୍ ସାରା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚର୍ଚାରେ ରହିଥିଲେ। ତାଙ୍କ ଷ୍ଟ୍ରାଇକ୍ ରେଟ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍ ପରାଜୟରେ କିନ୍ତୁ ଧୋନି ଲଢ଼ୁଆ ଅର୍ଧଶତକ ଅର୍ଜନ କରି ଭାରତକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ। ତାଙ୍କ ପ୍ରଦର୍ଶନକୁ କେବଳ ଭାରତୀୟ ଖେଳାଳି ନୁହେଁ, ପ୍ରତିପକ୍ଷ ଅଧିନାୟକ କେନ୍ ୱିଲିୟମସନ୍ ମଧ୍ୟ ପ୍ରଶଂସା କରିଥିଲେ। ଧୋନିଙ୍କ ଷ୍ଟ୍ରାଇକ୍ ରେଟ୍କୁ ନେଇ ହେଉଥିବା ଚର୍ଚା ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ୱିଲିୟମସନ୍ କହିଥିଲେ ଧୋନି ନ୍ୟୁଜିଲାଣ୍ଡ ପାଇଁ ଖେଳୁ ନାହାନ୍ତି। ସେ ନାଗରିକତ୍ବ ବଦଳାଇବାକୁ ଯାଉଛନ୍ତି କି? ସେ ଏପରି କଲେ, ଆମେ ତାଙ୍କୁ ଦଳରେ ନେବାକୁ ବିଚାର କରିବୁ। ଧୋନି ଜଣେ ବିଶ୍ବସ୍ତରୀୟ ଖେଳାଳି। ମୁଁ ଭାରତର ଅଧିନାୟକ ହୋଇଥିଲେ ତାଙ୍କ ଅଭିଜ୍ଞତାକୁ କେବେବି ହାତଛଡ଼ା କରି ନଥାଆନ୍ତି। ଜାଦେଜାଙ୍କ ସହ ବ୍ୟାଟିଂ କଲା ବେଳେ ଧୋନି ଉଭୟ ଦଳର ଅନ୍ୟ ଖେଳାଳିଙ୍କଠାରୁ ଭଲ ବ୍ୟାଟିଂ କରିଥିଲେ। ତାଙ୍କ ରନ୍ ଆଉଟ୍ ହିଁ ମ୍ୟାଚ୍ର ମୋଡ଼ ବଦଳାଇବା ମୁହୂର୍ତ ଥିଲା।
ଧୋନି ନାଗରିକତ୍ବ ବଦଳାଇଲେ, ଆମେ ତାଙ୍କୁ ଦଳରେ ନେଇଯିବୁ: ୱିଲିୟମସନ୍
/sambad/media/post_attachments/wp-content/uploads/2017/10/kane-williamson.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)