ପ୍ୟାରିସ୍: କରୋନା ଆତଙ୍କ ପାଇଁ ୱିମ୍ବଲଡନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା ବାତିଲା ହେବା ନେଇ ସ୍ବିଜରଲାଣ୍ଡର ମହାନ ତାରକା ରୋଜର ଫେଡେରର ନିରାଶା ଜାହିର କରିଛନ୍ତି। ସେହିଭଳି ଆମେରିକାର କିଂବଦନ୍ତି ମହିଳା ଟେନିସ୍ ଖେଳାଳି ସେରେନା ୱିଲିୟମ୍ସ ଏହି ଖବରରେ ସ୍ତବ୍ଧ ହୋଇ ଯାଇଛନ୍ତି। ମୁଁ ପୂରା ହତାଶ, ହେଲେ ସ୍ବାସ୍ଥ୍ୟ ଓ ପରିବାର ସର୍ବପ୍ରଥମ ବୋଲି କିର୍ତ୍ତିମାନଭରା ୮ ଥର ୱିମ୍ବଲଡନ୍ ଜିତିଥିବା ଫେଡେରର ଟ୍ବିଟ୍ କରିଛନ୍ତି। ୨୩ ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟିନୀ ସେରେନା ମଧ୍ୟ ଟ୍ବିଟ୍ କରି ଏହି ଖବର ତାଙ୍କ ପାଇଁ ଏକ ବଡ଼ ଧକ୍କା ସଦୃଶ ବୋଲି ମତ ରଖିଛନ୍ତି। ‘ମୁଁ ସ୍ତବ୍ଧ’ ବୋଲି ସେ ମଧ୍ୟ ନିଜ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି। ପୂର୍ବତନ ବିଜେତା ତଥା ଜର୍ମାନୀର ଲୋକପ୍ରିୟ ତାରକା ବୋରିସ୍ ବେକର କହିଛନ୍ତି, ସବୁଠାରୁ ବଡ଼ ସମସ୍ୟା ହେଲା କୋର୍ଟକୁ ଠିକ୍ ସମୟରେ ପ୍ରସ୍ତୁତ କରିବା। ଗ୍ରୀଷ୍ମ ଋତୁ ପୂରା କରୋନା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଆଗକୁ ଏକ ଘାସ କୋର୍ଟ ପ୍ରସ୍ତୁତ କରିବା ସହଜ ହେବନି। ୧୨ଟି ଗ୍ରାଣ୍ଡସ୍ଲାମ୍ ବିଜେତା ବିଲି ଜିନ୍ କିଙ୍ଗ୍ କିନ୍ତୁ ଆୟୋଜକଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି ଏକ ସାକ୍ଷାତକାର ଅବସରରେ ମନ୍ତବ୍ୟ ଦେଇଛନ୍ତି। ୨୦୧୯ ବିଜୟିନୀ ସିମୋନା ହାଲେପ, ଦୁଇ ଥର ବିଜୟିନୀ ପେତ୍ରା କ୍ବିତୋଭା, ୨୦୧୮ ବିଜୟିନୀ ଆଞ୍ଜେଲିକ୍ କର୍ବର, ପୂର୍ବତନ ବିଜେତା ମାରିଅନ୍ ବର୍ତୋଳି, ୨୦୧୮ ଉପବିଜେତା କେଭିନ୍ ଆଣ୍ଡରସନ୍ ଏବଂ ୱିମ୍ବିଲଡନ୍କୁ ଯୋଗ୍ୟତା ହାସଲ କରିବାରେ ସର୍ବକନିଷ୍ଠ ଥିବା କୋକୋ ଗଫ୍ ଦୁଃଖ ପ୍ରକାଶ କରିଛନ୍ତି। ଚଳିତ ବର୍ଷର ୱିମ୍ବଲଡନ୍ ଜୁନ୍ ୨୯ରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାର ଥିଲା।
ଫେଡେରର ହତାଶ, ସେରେନା ସ୍ତବ୍ଧ
/sambad/media/post_attachments/wp-content/uploads/2020/04/sfh4sfh987sfh7sf89h7sf89hsfsfhsfhsfhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)