ଲଣ୍ଡନ : କରୋନା ମହାମାରୀ ପ୍ରକୋପ ଯୋଗୁଁ ଅନେକ କ୍ରୀଡ଼ା ପ୍ରତିଯୋଗିତା ପ୍ରଭାବିତ ହୋଇଥିଲା ବେଳେ ଟେନିସ୍ ମଧ୍ୟ ଏଥିରୁ ବାଦ୍ପଡ଼ିନି। ଯାହା ଫଳସ୍ବରୂପ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ୱିମ୍ବିଲଡନ୍ ଗ୍ରାଣ୍ଡସ୍ଲାମ୍କୁ ଆୟୋଜକମାନେ ପ୍ରଥମଥର ବାତିଲ କରିଦେଇଛନ୍ତି। ବୁଧବାର ଅଲଇଂଲଣ୍ଡ ଲନ୍ଟେନିସ୍ ସଂଘ ଟ୍ବିଟ୍ କରି ଏହି ବିଷୟ ସୂଚନା ଦେଇଛି। ଯାହା ଫଳରେ ଟେନିସ୍ପ୍ରେମୀଙ୍କ ମନରେ ଦୁଃଖର ଛାୟା ଖେଳିଯାଇଛି। ପୂର୍ବରୁ ଏହି ସମ୍ମାନଜନକ ପ୍ରତିଯୋଗିତାକୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବ ବୋଲି ଆୟୋଜକ ସଂକେତ ଦେଇଥିଲେ। ତେବେ କରୋନା ପ୍ରକୋପ ଦିନକୁ ଦିନ ବଢ଼ିଚାଲିିଥିବାରୁ ଶେଷରେ ସେମାନେ ବାଧ୍ୟ ହୋଇ ଏହାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୱିମ୍ବିଲଡନ୍ ଜୁନ୍ ୨୯ ତାରିଖରୁ ଆରମ୍ଭ ହୋଇ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବାରଥିଲା। ଏଥିରେ ପୂର୍ବ ବିଜେତା ନୋଭାକ ଜୋକୋଭିକ୍ ଓ ସିମୋନା ହାଲେପ ଏକକ ଟ୍ରଫି ବଜାୟ ରଖିବା ପାଇଁ ଲଢେଇ କରିଥାନ୍ତେ। ତଥାପି ଏବେଠାରୁ ତରବରିଆ ଭାବେ ଏହି ଗ୍ରାଣ୍ଡ ସ୍ଲାମ୍କୁ ବାତିଲ କରିବା ଦ୍ବାରା ଅନେକ ସମସ୍ୟା ଉପୁଜି ପାରେ। ତେଣୁ କିଛି ବୃହତ୍ ନିଷ୍ପତ୍ତି ନେବା ପୂର୍ବରୁ ଆମକୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ବୋଲି ତିନିଥରର ୱିମ୍ବିଲଡନ୍ ବିଜେତା ବୋରିସ୍ ବେକର ପରାମର୍ଶ ଦେଇଥିଲେ। କିନ୍ତୁ ପୂର୍ବତନ ମହିଳା ୧ ନମ୍ବର ଖେଳାଳି ତଥା ୨୦୦୬ ୱିମ୍ବିଲଡନ୍ ବିଜୟିନୀ ଆମେଲି ମରେସ୍ମୋ ୨୦୨୦ ଟେନିସ୍ ଋତୁକୁ ବାତିଲ କରିବାକୁ କହିଥିଲେ। ୱିମ୍ବିଲଡନ୍ ବାତିଲ କରାଗଲେ ଏହା ରୋଜର ଫେଡେରର୍, ସେରେନା ୱିଲିୟମ୍ସ ଓ ଭେନସ ୱିଲିୟମ୍ସଙ୍କ ପାଇଁ ଶେଷ ପ୍ରତିଯୋଗିତା ହେବ। କାରଣ ୨୦୨୧ ବେଳକୁ ଫେଡେରର୍ ଓ ସେରେନା ୪୦ ବର୍ଷ ଏବଂ ଭେନସ୍ ୪୧ ବର୍ଷ ବୟସର ହୋଇଯାଇଥିବେ। ଗତବର୍ଷ ସେରେନା ୨୩ତମ ଗ୍ରାଣ୍ଡସ୍ଲାମର ଏକକ ଫାଇନାଲ୍ରେ ହାଲେପଙ୍କଠୁ ପରାସ୍ତ ହୋଇଥିଲେ।
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଥର ପାଇଁ ୱିମ୍ବଲଡନ୍ ବାତିଲ
/sambad/media/post_attachments/wp-content/uploads/2020/04/Wimbledon-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)