ଲଣ୍ଡନ: ବିଶ୍ବର ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ ୱିମ୍ବଲଡନ ଟ୍ରଫି ବଜାୟ ରଖିଛନ୍ତି। ଗତଥରର ଏହି ବିଜେତା ରବିବାର ଚଳିତ ବର୍ଷର ପୁରୁଷ ଏକକ ଫାଇନାଲ୍ରେ ପ୍ରଥମ ସେଟ୍ ହାରିବା ସତ୍ତ୍ବେ ଚମତ୍କାର ପ୍ରତ୍ୟାବର୍ତନ କରି ୪-୬, ୬-୩, ୬-୪, ୭-୬ରେ ଅଷ୍ଟ୍ରେଲିଆର ନିକ୍ କିର୍ଗିଅସ୍ଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ସର୍ବିଆ ତାରକା ଜୋକୋଭିକ୍ ଅଲ୍ ଇଂଲଣ୍ଡ କ୍ଲବ୍ରେ ଲଗାତାର ଚତୁର୍ଥ ଏବଂ ମୋଟ ଉପରେ ସପ୍ତମ ଟ୍ରଫି କରାୟତ୍ତ କରିଛନ୍ତି। ୨୦୨୦ରେ କରୋନା ଯୋଗୁଁ ପ୍ରତିଯୋଗିତା ଆୟୋଜିତ ହୋଇନଥିଲା ବେଳେ ୨୦୧୮ରୁ ଲଗାତାର ସେ ଏଠାରେ ଟ୍ରଫି ଜିତି ଆସୁଛନ୍ତି। ଏହା ମଧ୍ୟ ଜୋକୋଭିକ୍ଙ୍କ କ୍ୟାରିୟରର ୨୧ତମ ଏକକ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି। ଅଲ୍ ଇଂଲଣ୍ଡ କ୍ଲବ୍ରେ ଜୋକୋଭିକ୍ ୨୦୧୧, ୨୦୧୪, ୨୦୧୫ରେ ମଧ୍ୟ ବିଜେତା ହୋଇଥିଲେ। ସର୍ବାଧିକ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତିଥିବା ରାଫେଲ ନାଦାଲ (୨୨)ଙ୍କଠୁ ଗୋଟିଏ ପଛରେ ଅଛନ୍ତି ସେ। ପୁଣି ୱିମ୍ବଲଡନ୍ରେ ସର୍ବାଧିକ ଥର ବିଜେତା ହୋଇଥିବା ସ୍ବିଜରଲାଣ୍ଡ୍ ତାରକା ରୋଜର ଫେଡେରର୍ (୮)ଙ୍କ ପଛକୁ ରହିଛନ୍ତି ଜୋକୋଭିକ୍।
ଅନ୍ୟପକ୍ଷରେ ପ୍ରଥମ ଥର କୌଣସି ଏକକ ଗ୍ରାଣ୍ଡ ସ୍ଲାମ୍ ଫାଇନାଲ୍ରେ ପହଞ୍ଚିଥିବା କିର୍ଗିଅସଙ୍କ ଅଭିଯାନ ଉପବିଜେତାରେ ଶେଷ ହୋଇଛି। ତେବେ ଥାନାସି କୋକିନାକସିଙ୍କ ସହ କିର୍ଗିଅସ ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଯୁଗଳ ଟ୍ରଫି ଜିତିଥିଲେ।
ୱିମ୍ବଲଡନ୍ ଓପନ୍: ଟ୍ରଫି ବଜାୟ ରଖିଲେ ଜୋକୋଭିକ
/sambad/media/post_attachments/wp-content/uploads/2022/07/novak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)