ଲଣ୍ଡନ: ଅଷ୍ଟ୍ରେଲିଆର ମାଥ୍ୟୁ ଏବ୍ଡେନ୍ ଓ ମ୍ୟାକ୍ସ ପୁରସେଲ ଯୋଡ଼ି ଚଳିତ ୱିମ୍ବଲଡନ୍ ଓପନ୍ ପୁରୁଷ ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ଶନିବାର ରାତିରେ କଡ଼ା ସଂଘର୍ଷପୂ୍ର୍ଣ୍ଣ ଫାଇନାଲ୍ରେ ଏହି ଯୋଡ଼ି ୭-୬ (୫), ୬-୭ (୩), ୪-୬, ୬-୪, ୭-୬ (୧୦/୨) ସେଟ୍ରେ କ୍ରୋଏସିଆ ଯୋଡ଼ି ମାଟ୍ ପାଭିକ ଓ ନନିକୋଲା ମେକ୍ଟିକ୍ଙ୍କୁ ପରାସ୍ତ କରିଥିଲେ। ଟାଇବ୍ରେକ୍ରେ ଶେଷ ହୋଇଥିବା ଏହି ଫାଇନାଲ୍ ୪ ଘଣ୍ଟା ୧୧ ମିନିଟ୍ ଧରି ଚାଲିଥିଲା। ଏଥିସହ ୱିମ୍ବଲଡନ୍ ଯୁଗଳ ଇତିହାସରେ ଏକ ମ୍ୟାଚ୍ ୧୦ ପଏଣ୍ଟ୍ ଟାଇବ୍ରେକର୍ରେ ଶେଷ ହେବା ପ୍ରଥମ ଥର ଦେଖାଯାଇଥିଲା। ଏବ୍ଡେନ୍ ଓ ପୁରସେଲଙ୍କ ପାଇଁ ଫାଇନାଲ୍ରେ ପହଞ୍ଚିବା ଏବଂ ଟ୍ରଫି ଜିତିବା ଏକ ଦୀର୍ଘ ଏବଂ କଷ୍ଟଦାୟକ ଥିଲା। ସେମାନେ ଖେଳିଥିବା ୬ରୁ ୫ ମ୍ୟାଚ୍ ୫ ସେଟ୍କୁ ଯାଇଥିଲା ବେଳେ ୮ ମ୍ୟାଚ୍ ପଏଣ୍ଟ୍ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଏହା ମଧ୍ୟ ଏହି ଯୋଡ଼ିଙ୍କ ପାଇଁ ପ୍ରଥମ ଗ୍ରାଣ୍ଡସ୍ଲାମ ମୁକୁଟ। ଏଥିସହ ଏମାନେ ୨୨ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲୀୟ ଯୋଡ଼ି ଭାବେ ଅଲ୍ ଇଂଲଣ୍ଡ କ୍ଲବ୍ରେ ପୁରୁଷ ଡବଲ୍ସ ଜିତିଛନ୍ତି। ୨୦୦୦ ମସିହାରେ ଟଡ୍ ଉଡବ୍ରିଜ୍ ଓ ମାର୍କ ଉଡ୍ଫୋର୍ଡ ଅଷ୍ଟ୍ରେଲୀୟ ଯୋଡ଼ି ଭାବେ ଏଠାରେ ଶେଷ ଥର ଲାଗି ଟ୍ରଫି ଜିତିଥିଲେ।
ୱିମ୍ବଲଡନ୍ ଓପନ୍: ଏବ୍ଡେନ୍-ପୁରସେଲ୍ଙ୍କୁ ପୁରୁଷ ଯୁଗଳ ଟ୍ରଫି
/sambad/media/post_attachments/wp-content/uploads/2022/07/sfhsf54hf65h4f65hfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)