ରଣଜୀ ଟ୍ରଫି : ଆସାମ ଉପରେ ଓଡ଼ିଶାର ବଡ଼ ବିଜୟ

ଭୁବନେଶ୍ୱର : ରଣଜୀ ଟ୍ରଫିରେ ଓଡ଼ିଶା ଆସାମ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିଛି । କଟକ ନିକଟସ୍ଥ ଡ୍ରିମ୍ସ ପଡ଼ିଆରେ ଖେଳାଯାଉଥିବା ଏକ ମ୍ୟାଚରେ ଓଡ଼ିଶା ଦଳ ଆସାମକୁ ଇନିଂସ ଓ ୩ ରନ ବ୍ୟବଧାନରେ ପରାସ୍ତ କରିଛି ।

ଏହି ମ୍ୟାଚରେ ଆସାମ ଦଳ ଟସ ଜିଣି ଓଡ଼ିଶାକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ଦଳ ୪୩୬ ରନ ସଂଗ୍ରହ କରିଥିଲା । ଓଡ଼ିଶା ଦଳ ପକ୍ଷରୁ ଦେବବ୍ରତ ପ୍ରଧାନ ସର୍ବାଧିକ ୭୯ ରନ, ଅଭିଷେକ ରାଉତ ୭୧ ରନ , ଶାନ୍ତନୁ ମିଶ୍ର ୬୬ ଓ ଅନୁରାଗ ଷଡ଼ଙ୍ଗୀ ୫୮ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଆସାମ ଦଳ ନିଜର ପ୍ରଥମ ଇନିଂସରେ ୨୩୮ ରନ କରି ଫଲୋଅନରେ ପଡ଼ିଥିଲା । ଦ୍ୱିତୀୟ ଇନିଂସରେ ମଧ୍ୟ ଆସାମ ମାତ୍ର ୧୯୫ ରନ କରି ଆଲଆଉଟ ହୋଇଯାଇଥିଲା । ଓଡ଼ିଶା ପକ୍ଷରୁ ପ୍ରଥମ ଇନିଂସରେ ଦେବବ୍ରତ ପ୍ରଧାନ ସର୍ବାଧିକ ୪ ଓ୍ଵିକେଟ ନେଇଥିଲେ । ଦ୍ୱିତୀୟ ଇନିଂସରେ ରାଜେଶ ମହାନ୍ତି ୪ଟି ଓ୍ଵିକେଟ ନେଇଥିଲେ । ଦ୍ୱିତୀୟ ଇନିଂସରେ ମଧ୍ୟ ଦେବବ୍ରତ ପ୍ରଧାନ ପ୍ରଭାବି ବୋଲିଂ କରି ୩ଟି ଓ୍ଵିକେଟ ନେଇଥିଲେ । ସୂର୍ଯ୍ୟକାନ୍ତ ପ୍ରଧାନ ମଧ୍ୟ ୩ଟି ଓ୍ଵିକେଟ ନେଇଥିଲେ । ଏହି ବିଜୟ ସହ ଓଡ଼ିଶା ଏଲିଟ ଗ୍ରୁପ ଗ’ରେ ପ୍ରଥମରେ ରହିଛି ।

ସମ୍ବନ୍ଧିତ ଖବର