ପ୍ଲେ ଅଫ୍ ପ୍ରବେଶ ଦୃଷ୍ଟିରୁ ରବିବାର ମ୍ୟାଚ୍ ଜିତିବା ଜାମସେଦପୁର ଏଫ୍ସି ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଏହା ଏହି ଦଳର ଯୁବ ଖେଳାଳି ସୁମିତ ପାସି ମଧ୍ୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଆମ ପାଖରେ ଆଉ କୌଣସି ବିକଳ୍ପ ନାହିଁ। ସେମିଫାଇନାଲ୍କୁ ଯିବାକୁ ହେଲେ ରବିବାର ମ୍ୟାଚ୍କୁ ଆମକୁ ଯେମିତି ହେଲେ ଜିତିବାକୁ ପଡ଼ିବ। ଏଥିଲାଗି ଦର୍ଶକ ସମର୍ଥନର ଢେର ମହତ୍ୱ ରହିବ। ଜାମସେଦପୁରରେ ଖେଳିଥିବା ଗତ ମ୍ୟାଚ୍ରେ ସେଠାକାର ଦର୍ଶକ ଆମକୁ ମ୍ୟାଚ୍ ସାରା ସମର୍ଥନ ଦେଇଥିଲେ। ଭୁବନେଶ୍ୱରରେ ମଧ୍ୟ ଆମେ ସେହି ଭଳି ସମର୍ଥନ ମିଳିବ ବୋଲି ଆଶା କରୁଛୁ। ବେଙ୍ଗାଲୁରୁ ଏକ ଶକ୍ତିଶାଳୀ ଦଳ। ହେଲେ ଆମେ ସେମାନଙ୍କୁ ସେମାନଙ୍କ ଘରେ ହରାଇଛୁ। ଏବେ ଆମ ଘରୋଇ ପଡ଼ିଆରେ ହରାଇବାକୁ ଲକ୍ଷ୍ୟ ରଖିଛୁ। ପ୍ରଶିକ୍ଷକ ଯାହା ରଣନୀତି କରିବେ ସେହି ଅନୁସାରେ ହିଁ ଖେଳିବୁ। ଅଧିକରୁ ଅଧିକ ଗୋଲ୍ କରିବାକୁ ଚେଷ୍ଟା କରିବୁ। ବର୍ଷକ ପରେ ଆଇଏସ୍ଏଲ୍କୁ ଫେରିଥିବାରୁ ସୁଯୋଗ ମିଳିଲେ ମୁଁ ମୋ ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବି। ସୂଚନାଯୋଗ୍ୟ ଯେ ସୁମିତ ପାସି ପୂର୍ବରୁ ନର୍ଥ ଇଷ୍ଟ୍ ୟୁନାଇଟେଡ୍ ପକ୍ଷରୁ ଖେଳୁଥିଲେ। ହେଲେ ଚଳିତ ବର୍ଷ ଜାମସେଦପୁର ଏଫସିରୁ ଖେଳୁଛନ୍ତି। ଜାମସେଦପୁରର ଗତ ମ୍ୟାଚ୍ରେ ହିଁ ସେ ଏହି ଦଳ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିଥିଲେ। ହରିଆଣାର ଏହି ୨୩ ବର୍ଷୀୟ ଖେଳାଳି ଅଗ୍ରଭାଗରେ ଖେଳନ୍ତି। ତାଙ୍କ ପିତା ଜୟ ପ୍ରକାଶ ପାସି ମଧ୍ୟ ଜଣେ ଫୁଟବଲ୍ ଖେଳାଳି ଥିଲେ। ଘରୋଇ ପ୍ରତିଯୋଗିତାରେ ସେ ରେଳବାଇର ପ୍ରତିନିଧିତ୍ୱ କରୁଥିଲେ। ପିତାଙ୍କ ପ୍ରେରଣାରେ ହିଁ ସୁମିତ ଫୁଟବଲ୍ ଖେଳିବା ଆରମ୍ଭ କରିଥିଲେ।
ବିଜୟ ଆମ ପାଇଁ ଏକମାତ୍ର ବିକଳ୍ପ: ପାସି
/sambad/media/post_attachments/wp-content/uploads/2018/02/pasi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)