ବିଜେତା ଗୁଗଲ୍‌ ସ୍ପୋର୍ଟସ ଦଳ ସମ୍ବର୍ଧିତ

ଭୁବନେଶ୍ୱର: କୋଲ୍‌କାତାର ହାଓ୍ଵଡାରେ ଅନୁଷ୍ଠିତ ଫ୍ୟୁଚର୍‌ ହୋପ୍‌ ଅନ୍ତର୍ଜାତୀୟ ରଗ୍‌ବି ସେଭେନସ ପ୍ରତିଯୋଗିତାର ୧୩ ବର୍ଷରୁ କମ୍‌ ବିଦ୍ୟାଳୟ ବର୍ଗରେ ବିଜେତା ହୋଇଥିବା ଓଡ଼ିଶାର ଗୁଗଲ୍‌ ସ୍ପୋର୍ଟସ ଟ୍ରଷ୍ଟ ଦଳକୁ ରବିବାର ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ଆସୋସିଏସନ୍‌ (ଓର୍‌ଫା) ଏବଂ ଭୁବନେଶ୍ୱର ଦୌଡ଼କୁଦ ସଂଘ (ବିଏଏ) ପକ୍ଷରୁ ସମ୍ବର୍ଧିତ କରାଯାଇଛି। ସମ୍ବର୍ଧନା ସଭାରେ ଓର୍‌ଫା ସମ୍ପାଦକ ଉପେନ୍ଦ୍ର ମହାନ୍ତି, ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି, ରଗ୍‌ବି ପ୍ରଶିକ୍ଷକ ମାନସ ରଂଜନ ଜେନା, ସୁରେନ୍ଦ୍ର ଜେନା ଏବଂ ଟ୍ରଷ୍ଟ୍‍ର ଅଧ୍ୟକ୍ଷ ତଥା ଦଳର ପ୍ରବଂଧକ ଜଗଦୀଶ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଗୁଗଲ୍‌ ସ୍ପୋର୍ଟସ ଟ୍ରଷ୍ଟ୍‍ ଦଳ: ଗୁରୁ ମାନ୍ଧ୍ରା, ଗୋବିନ୍ଦ ଶବର, ସୁକ୍ରା ମୁଦୁଲି, ଲଛିମ୍‌ ସୀସା, ରଂଜନ କୁମାର ମୁଦୁଲି, ଜିତେନ୍ଦ୍ର ସିଂହ, ଦୀପ୍ତିରଂଜନ ପ୍ରଧାନ, ଭକ୍ତ ଜାନୀ, ମନୋଜ ଜାନୀ, ଚନ୍ଦନ ମାଝୀ, ଦୀନବଂଧୁ ହାଲଓ୍ଵା, ଦୁର୍ଗା ମାରାଣ୍ଡି, କ୍ଷୀତିଶ ଦେହୁରି, ରାମାୟା ସୁପ୍ତି, ଅଙ୍କିତ ନାୟକ।

ସମ୍ବନ୍ଧିତ ଖବର