ରାଜ୍ୟ ସ୍କୁଲ୍ ଚେସ୍‌: ଭିନୀତ ବିଜେତା

ଭୁବନେଶ୍ବର: ଟଙ୍କପାଣୀରୋଡ୍‌ ସାଇ ବିଣାପାଣୀ ଜ୍ଞାନମନ୍ଦିର ପରିସରରେ ଅନୁଷ୍ଠିତ ଦ୍ବିତୀୟ ଉପେନ୍ଦ୍ର ନାୟକ ସ୍ମାରକୀ ରାଜ୍ୟ ଚେସ୍‌ ପ୍ରତିଯୋଗିତାରେ ବିଜେଇମ୍-୧ ସ୍କୁଲ୍‌ର ଛାତ୍ର ଭିନୀତ ନାୟକ ବିଜେତା ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରୁ ଭିନୀତ୍‌ ୫.୫ ପଏଣ୍ଟ ପାଇଥିଲେ। କଟକ ଡିଏଭିର ଜ୍ଞାନଜ୍ୟୋତି ସିଂହ (୫) ଏବଂ ଭଦ୍ରକ ସେଣ୍ଟ୍ ଜାଭିୟର୍ସର ସାଇ ବିଦ୍ୟାଶ୍ରୀ (୫) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଋତିକ ରାଜ ମିଶ୍ର (୪.୫), ଆଦିତ୍ୟ ଜେନା, ସାହାନା ଲେଙ୍କା, ନମଶ୍ୟ ନଳିନୀ, ସାୟେଶୁଂ ସେନାପତି, ସିଞ୍ଚନ ଦାଶ ଓ ସାଇ ଅଂଶୁମାନ ସିଂହ (ପ୍ରତ୍ୟେକ ୪ ଲେଖାଏଁ ପଏଣ୍ଟ) ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଦେବାଶିଷ ପାଣିଗ୍ରାହୀ ପ୍ରତ‌ିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର