ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୬ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ମହାକୁମ୍ଭ କ୍ରୀଡ଼ାରେ ୨୦୬ ଟି ଦେଶର ଖେଳାଳିମାନେ ଭାଗ ନେଇଛନ୍ତି। କ୍ରୀଡ଼ା କ୍ଷେତ୍ରରେ କୁସ୍ତିଯୋଦ୍ଧାମାନଙ୍କଠାରୁ ପଦକ ପାଇବାକୁ ଭାରତ ବହୁତ ଆଶା ରଖିଛି । ହକି ପରେ ଭାରତ ଅଲିମ୍ପିକ୍ସ କୁସ୍ତିରେ ସର୍ବାଧିକ ୭ଟି ପଦକ ଜିତିଛି ।

Advertisment

ଏଥର ବଜରଙ୍ଗ ପୁନିଆଙ୍କ ପରି ଷ୍ଟାର ରେସଲରମାନଙ୍କୁ ପ୍ୟାରିସ ଅଲିମ୍ପିକ୍ସରେ କୁସ୍ତି ଖେଳିବାର ଦେଖିବାକୁ ମିଳିବ ନାହିଁ। ପୁରୁଷ କୁସ୍ତିରେ ଭାରତ ପାଇଁ ଏକମାତ୍ର କୁସ୍ତିଯୋଦ୍ଧା ହେଉଛନ୍ତି ହରିୟାଣାର ଅମନ ସହରାୱତ । ଅମନଙ୍କ ପରିବାର ସଦସ୍ୟଙ୍କ ସମେତ ଦେଶବାସୀ ମଧ୍ୟ ତାଙ୍କଠାରୁ ଅନେକ ଆଶା ରଖିଛନ୍ତି।

ଅମନ ସହରାୱତ ମଇ ୨୦୨୪ରେ ଇସ୍ତାନବୁଲରେ ଚାଲିଥିବା ବିଶ୍ୱ ରେସଲିଂ ଅଲିମ୍ପିକ୍ କ୍ବାଲିଫାୟରରେ ତିନିଥର ବିଜୟ ହୋଇଥିଲେ। ଏହାସହିତ ଅମନ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ। ଅମନଙ୍କ ମା’ଙ୍କ ୨୦୧୩ରେ ଓ ବାପାଙ୍କ ୨୦୧୪ରେ ଦେହାନ୍ତ ହୋଇଥିଲା। ମାତ୍ର ୧୧ବର୍ଷ ବୟସରେ ଅମନ ତାଙ୍କ ବାପା ଓ ମା’ ଉଭୟଙ୍କୁ ହରାଇବା ପରେ ଭାଙ୍ଗି ପଡ଼ିଥିଲେ। ତଥାପି ସେ ନିଜର ସ୍ବପ୍ନକୁ ଭୁଲି ନଥିଲେ। ମନକୁ ଦୃଢ଼ କରି ପୁଣି ଖେଳିବା ଆରମ୍ଭ କରିଥିଲେ। ଖୁବ ପରିଶ୍ରମ କରି ସେ ଅଲିମ୍ପିକ୍ସରେ ପ୍ରବେଶ କରିଛନ୍ତି। ଅଲିମ୍ପିକ୍ସରେ ସେ ବିଜୟୀ ହୋଇ ତାଙ୍କ ବାପା ଓ ମା’ଙ୍କୁ ଶ୍ରଦ୍ଧ‌ାଞ୍ଜଳି ଦେବାକୁ ଚାହାନ୍ତି ବୋଲି ଅମନଙ୍କ ମାମୁଁ ପ୍ରତିକ୍ରିୟା ଦେଇ କହିଛନ୍ତି।