ଶୀତକାଳୀନ ଅଲିମ୍ପିକ୍ସ: ନରୱେକୁ ପ୍ରଥମ ସ୍ବର୍ଣ୍ଣ

ବେଜିଂ: ବେଜିଂ ଶୀତକାଳୀନ ଅଲିମ୍ପିକ୍ସ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଥିଲା ବେଳେ ଶନିବାର ନରୱେକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ମହିଳା ସ୍କାଇଥଲନ୍‌ ରେସ୍‌ରେ ଥେରେସେ ଜୋହାଉଗ୍‌ ନରୱେକୁ ଏହି ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି। ଏହି ରେସ୍‌ରେ ରୁଷିଆର ନାତାଲିଆ ନେପ୍ରେୟାଭା ଏବଂ ଅଷ୍ଟ୍ରେଲିଆର ତେରେସା ଷ୍ଟାଡ୍‌ଲୋବର ଯଥାକ୍ରମେ ରୌପ୍ୟ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ପୁଣି ଶନିବାର ନରୱେ ପାଇଁ ଦୁଇଗୁଣା ଖୁସୀ ଆଣିଥିଲେ ମିଶ୍ରିତ ରିଲେ ଦଳ। ମାଇଥଲନ୍‌ ମିଶ୍ରିତ ରି‌ଲେରେ ନରୱେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ବେଳେ ଫ୍ରାନ୍‌ସ ଓ ରୁଷିଆ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ କବ୍‌ଜା କରିଥିଲା। ଅନ୍ୟପକ୍ଷରେ ନେଦରଲାଣ୍ଡ୍‌ର ଈରିନେ ସ୍କୋଉଟେନ୍‌ ମହିଳା ୩୦୦୦ ମିଟର ସ୍ପିଡ୍‌ ସ୍କେଟିଂରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଇଟାଲିର ଫ୍ରାନ୍‌ସେସ୍କା ଲୋଲୋବ୍ରିଗିଡା ରୌପ୍ୟ ଏବଂ କାନାଡାର ଇସାବେଲା ୱିଦେମାନ୍‌ କାଂସ୍ୟ ପଦକ ହାସଲ କରିଥିଲେ। ମହିଳା ବ୍ୟକ୍ତିଗତ ସ୍କାଇ ଜମ୍ପ୍‌ରେ ଉର୍ସା ବୋଗାତାଜ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଖେଳରେ ସ୍ଲୋଭେନିଆର ଏହା ମଧ୍ୟ ପ୍ରଥମ ସ୍ବର୍ଣ୍ଣ। ଜର୍ମାନି ରୌପ୍ୟ ଜିତି ନେଇଥିଲା ବେଳେ ସ୍ଲୋଭେନିଆକୁ କାଂସ୍ୟ ପଦକ ମିଳିଛି।

ସମ୍ବନ୍ଧିତ ଖବର