ମିଲାନ: ଇଟାଲୀର ମିଲାନ ଓ କୋର୍ଟିନା ଡି’ଆମ୍ପେଜୋଠାରେ ସମାନ୍ତରାଳୟ ଭାବେ ଶୀତାକାଳୀନ ଅଲିମ୍ପିକ୍ସ ଶୁଭ ଉଦ୍ଘାଟନ ଶନିବାର ହୋଇଛି। ମିଲାନର ସାନ୍ ସିରୋ ଷ୍ଟାଡିୟମ୍ରେ ଅନୁଷ୍ଠିତ ମୁଖ୍ୟ ଉତ୍ସବରେ ଇଟାଲୀ ରାଷ୍ଟ୍ରପତି ସର୍ଗିଓ ମାଟରେଲା ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରିଥିଲେ। ଏଠାରୁ ୨୫୦ କିଲୋମିଟର ଦୂରରେ ଅବସ୍ଥିତ କୋର୍ଟିନା ଡି’ଆମ୍ପେଜ୍ରେ ମଧ୍ୟ ଆଉ ଏକ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉଭୟ ଉତ୍ସବରେ ଇଟାଲୀର ମହନୀୟ ଇତିହାସ, ସଂସ୍କୃତି, କଳା ଓ ଫେସନ୍ର ଝଲକ ଦେଖିବାକୁ ମିଳିଥିଲା। ଯାହାର ଶୀର୍ଷକ ଥିଲା ବିଶ୍ବ ସଦ୍ଭାବନା।
ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ, ପରରାଷ୍ଟ୍ର ସଚିବ ମାର୍କୋ ରୋବି ସାନ୍ ସିରୋ ଷ୍ଟାଡିୟମ୍ରେ ଅନୁଷ୍ଠିତ ସାଢ଼େ ତିନି ଘଣ୍ଟାର ଉଦ୍ଘାଟନୀ ଉତ୍ସବରେ ପ୍ରମୁଖ ଆକର୍ଷଣ କରିଥିଲେ। ତେବେ ୟୁରୋପକୁ ନେଇ ଭାନ୍ସ ଦେଇଥିବା କିଛି ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଦର୍ଶକ ତାଙ୍କୁ ସ୍ବାଗତ କରିବା ପରିବର୍ତ୍ତେ ବିଭିନ୍ନ ତାଚ୍ଛଲ୍ୟ ଭରା କଥା କହି ଚିଡ଼ାଇଥିଲେ। ଖୁସିର ମାହୋଲରେ ରାଜନୈତିକ ଉଷ୍ମତା ଭରିଥିଲା। ଇସ୍ରାଏଲ୍ ଖେଳାଳିଙ୍କୁ ମଧ୍ୟ ଦର୍ଶକ ପସନ୍ଦ କରି ନଥିଲେ। ୟୁକ୍ରେନ୍ର ୫ଜଣିଆ ଦଳକୁ ଦର୍ଶକ କିନ୍ତୁ ଠିଆ ହୋଇ ଅଭିବାଦନ ଜଣାଇଥିଲେ। ପ୍ରଥମ ଥର ଲାଗି ଦୁଇଟି ଲୁହା କଢ଼େଇରେ ସମାନ୍ତରାଳୟ ଭାବେ ଦୁଇଟି ମଶାଲର ପ୍ରଜ୍ଜ୍ବଳନ କରାଯାଇଥିଲା। ୯୨ଟି ଦେଶ ଅଂଶଗ୍ରହଣ କରୁଥିବା ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ଏଥର ୮ଟି ଖେଳରେ ୧୧୬ ଇଭେଣ୍ଟ୍ ଅନୁଷ୍ଠିତ ହେବ। ୧୩୮୮ ମସିହାଙ୍କ ସହ ମୋଟ ୨୮୭୧ ଖେଳାଳି ନିଜନିଜ ଦେଇ ପାଇଁ ପଦକ ଜିତିବାକୁ ଚେଷ୍ଟା କରିବେ।
ଭାରତରୁ କେବଳ ୨
ଏଥରର ଶୀତକାଳୀନ ଅଲିମ୍ପିକ୍ସରେ ଭାରତର ମାତ୍ର ଦୁଇଜଣ ଖେଳାଳି ପ୍ରତିଦ୍ବନ୍ଦ୍ବିତା କରିବେ। ଅଲପାଇନ୍ ସ୍କି’ର ପୁରୁଷ ସ୍ଲାଲୋମରେ ଆରିଫ୍ ମହମ୍ମଦ ଖାନ୍ ଏବଂ କ୍ରସ୍ କଣ୍ଟ୍ରି ସ୍କି’ରେ ଷ୍ଟାନଜିନ ଲୁଣ୍ଡୁପ ଦେଶର ପ୍ରତିନିଧିତ୍ବ କରିବେ। ଉଭୟ ବର୍ଗରେ କିନ୍ତୁ ଭାରତର ପଦକ ବିଜୟ ଆଶା ପ୍ରାୟ ନାହିଁ। ଭାରତ ଏକ ଗ୍ରୀଷ୍ମପ୍ରଧାନ ଦେଶ ହୋଇଥିବାରୁ ଶୀତକାଳୀନ ଅଲିମ୍ପିକ୍ସରେ ଆଜି ପର୍ଯ୍ୟନ୍ତ ମାତ୍ର ୨୨ଜଣ ଭାରତୀୟ ଅଂଶଗ୍ରହଣ କରିଛନ୍ତି। ୧୯୬୪ ମସିହାରେ ଜେରମି ବୋଜାକାୱସ୍କି ପ୍ରଥମ ଭାରତୀୟ ଭାବେ ଶୀତକାଳୀନ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ୧୯୮୮ରେ ଶୈଳଜା କୁମାର (ମହିଳା ସ୍ଲାମୋମ), ଗୁଲ୍ ଦେବ (ସ୍ଲାଲୋମ) ଓ କିଶୋ ରତ୍ନ ରାୟ (ସ୍ଲାଲୋମ)ଙ୍କ ରୂପରେ ସର୍ବାଧିକ ୩ଜଣ ଭାରତୀୟ ଶୀତକାଳୀନ ଅଲିମ୍ପିକ୍ସ ଖେଳିଥିଲେ। ବେଜିଂରେ ୨୦୨୨ ମସିହାରେ ଆୟୋଜିତ ଶୀତକାଳୀନ ଅଲିମ୍ପିକ୍ସର ଗତ ସଂସ୍କରଣରେ କେବଳ ଜଣେ ଭାରତୀୟ (ଆରିଫ୍ ମହମ୍ମଦ ଖାନ୍) ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/07/07bbs_38_07022026_112-2026-02-07-17-39-21.jpg)