ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ବକପ୍ ୟୁଏଇରେ ଆୟୋଜନ ହେବା ସମ୍ଭାବନା ଅଧିକ ଦେଖାଦେଇଛି। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ଚଳିତ ମାସରେ ନିଆଯାଇପାରେ। କରୋନା ଯୋଗୁଁ ଚଳିତ ବର୍ଷ ଆଇପିଏଲ୍କୁ ଅଧାରୁ ସ୍ଥଗିତ ରଖାଯାଇଛି। ଏଥିସହ କରୋନାର ତୃତୀୟ ତରଙ୍ଗ ନଭେମ୍ବରରେ ପୁଣି ଫେରିବା ସମ୍ଭାବନା ରହିଛି। ଏସବୁକୁ ଦେଖି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥୁବା ଦଳଗୁଡ଼ିକ ଭାରତ ଆସିବା ଲାଗି ମନ କରିବେନି। ଭାରତ କିନ୍ତୁ ଜୈବ ବଳୟ ପରିବେଶରେ ୯ଟି ଷ୍ଟାଡିୟମରେ ଏହି ୧୬ ଦେଶୀୟ ପ୍ରତିଯୋଗିତା ଆୟୋଜନ ଲାଗି ଜୋର୍ଦାର୍ ପ୍ରସ୍ତୁତ ଚଳାଇଥିଲା। ହେଲେ ଚୂଡ଼ାନ୍ତ ହୋଇନଥିଲା। କିନ୍ତୁ ଚଳିତ ବର୍ଷର ଆଇପିଏଲ୍ ୪ ସପ୍ତାହ ଖେଳାଯିବା ପରେ କରୋନା ଯୋଗୁଁ ଏହାକୁ ସ୍ଥଗିତ ରଖିବାକୁ ପଡ଼ିଛି। ଏସବୁ ଦେଖିଲେ ସୁରକ୍ଷା ଦୃଷ୍ଟିରୁ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତା ଭାରତରେ ଆୟୋଜନ ସମ୍ଭାବନା କମ୍ ଲାଗୁଛି। ବିସିସିଆଇ ଏହି ପ୍ରତିଯୋଗିତା ଭାରତ ବଦଳରେ ୟୁଏଇରେ କରିବା ଲାଗି ଯୋଜନା ଚଳାଇଛି। ଏଥିରେ ମଧ୍ୟ ବିସିସିଆଇର ବହୁ ସଦସ୍ୟଙ୍କ ସହମତି ରହିଛି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଆଇପିଏଲ୍ ସ୍ଥଗିତ ପରେ ଟି-୨୦ ବିଶ୍ବକପ୍ ୟୁଏଇରେ ହେବା ସମ୍ଭାବନା ବଢ଼ିଲା
/sambad/media/post_attachments/wp-content/uploads/2021/04/world-cup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)