ନୂଆଦିଲ୍ଲୀ: ଭାରତ ୧୯୮୩ ମସିହାରେ ପ୍ରଥମ ଥର ବିଶ୍ବକପ୍ ଜିତିଥିଲା। କିନ୍ତୁ ଏହି ବିଶ୍ବବିଜେତା ଦଳରେ ଏଭଳି ଜଣେ ଖେଳାଳି ଥିଲେ ଯିଏକି ଗୋଟିଏ ବି ମ୍ୟାଚ୍ ଖେଳିପାରିନଥିଲେ। ସେ ହେଲେ ସୁନିଲ ଭାଲସନ୍। ସେବେଠାରୁ ପ୍ରତି ବିଶ୍ବକପ୍ ଆସିଲେ ସୁନିଲ ଭାଲସନ୍ଙ୍କୁ ଏଭଳି ଏକ ମୁହୂର୍ତରେ ମନେ ପଡ଼ିଥାଏ। କେହି ନା କେହି ଫୋନ୍ କରିଥାନ୍ତି, ଏଥର ବି ସେଭଳି କଲ୍ ମିଳିଛି ବୋଲି ସ୍ବୀକାର କରିଛନ୍ତି ଭାଲସନ୍। ଏହାକୁ ନେଇ ବ୍ୟସ୍ତ କି ବିବ୍ରତ ହେବାରେ କିଛି ନାହିଁ, ମନ ଦୁଃଖ କରିବାର ବି ନାହିଁ। ୧୯୮୩ ପ୍ରୁଡେନସିଆଲ୍ ବିଶ୍ବକପ୍ ବିଜୟର ଚମତ୍କାର ସ୍ମୃତିକୁ ମନେ ପକାଇବାର ବେଳ। ଏହା ମଧ୍ୟ ଏକ ମଜାଳିଆ ମୁହୂର୍ତ ବୋଲି ଭାଲସନ୍ କହିଛନ୍ତି। କପିଳ ଦେବଙ୍କ ୧୯୮୩ ବିଶ୍ବକପ୍ ଲାଗି ଇଂଲଣ୍ଡ ଗସ୍ତ କରିଥିବା ୧୪ ଜଣିଆ ଦଳରେ ଥିଲେ ମଧ୍ୟ ଭାଲସନ୍ ଗୋଟିଏ ବି ମ୍ୟାଚ୍ ଖେଳିପାରିନଥିଲେ। ଇଂଲଣ୍ଡର ଡରହାମ୍ ୱେଷ୍ଟକୋଷ୍ଟ୍ ଲିଗ୍ରେ ଖେଳୁଥିବା ବେଳେ କ୍ଲବ୍ ଅଧିକାରୀମାନେ ଭାଲସନ୍ଙ୍କୁ ଭାରତୀୟ ଦଳ ଚୟନ ସମ୍ପର୍କରେ ଜଣାଇଥିଲେ। ପ୍ରାକ୍ ଇଣ୍ଟରନେଟ୍ ଯୁଗରେ ଏ ସମ୍ପର୍କରେ ସ୍ପଷ୍ଟ ହେବା ଲାଗି ମଧ୍ୟ ସମୟ ଲାଗୁଥିଲା। କୀର୍ତି ଆଜାଦଙ୍କୁ ଫୋନ୍ କରିବା ପରେ ମୁଁ ସ୍ପଷ୍ଟ ହୋଇଥିଲି। ମୁଁ କିନ୍ତୁ ନିଶ୍ଚିତ ଥିଲି ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର ବୋଲି ୬୦ ବର୍ଷୀୟ ବାମହୀତ ପେସ୍ ବୋଲର୍ ଭାଲସନ୍ କହିଛନ୍ତି। ପରବର୍ତୀ ସମୟରେ ଏହି ସିକନ୍ଦରାବାଦ କ୍ରିକେଟର୍ ୭୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ ମଧ୍ୟ ମଧ୍ୟ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିପାରିନଥିଲେ।
ବିନା ମ୍ୟାଚ୍ରେ ବିଜେତା
/sambad/media/post_attachments/wp-content/uploads/2019/05/bina-match.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)