ପନ୍ତ, ଷ୍ଟୋଇନିସ ନଥିଲେ ମୁଁ ଶାନ୍ତିରେ ସାକ୍ଷାତକାର ଦେଇପାରନ୍ତି: ପଣ୍ଟିଂ

ସାର୍‌ଜା: ଚଳିତ ଆଇପିଏଲ୍‌ର ଶନିବାର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ପଏଣ୍ଟ୍‌ ଟେବୁଲର ଶୀର୍ଷରେ ପହଞ୍ଚିଥିଲା। ଏଥିସହ ପ୍ରଥମ ଦଳ ଭାବେ ଦିଲ୍ଲୀ ମଧ୍ୟ ପ୍ଲେ ଅଫ୍‌ରେ ଖେଳିବାର ନିକଟତର ହୋଇଛି। ଏହି ମ୍ୟାଚ୍‌ ବେଳେ ଦିଲ୍ଲୀର ପ୍ରଶିକ୍ଷକ ରିକି ପଣ୍ଟିଂ ଏକ ସିଧାସଳଖ ସାକ୍ଷାତକାରରେ ଥିଲେ। ଏହି ସମୟରେ ମାର୍କସ ଷ୍ଟୋଇନିସ ଓ ଋଷବ ପନ୍ତ ତାଙ୍କ ପଛ ପଟେ ରହି କ୍ୟାମେରା ଆଗକୁ ଆସି ମଜା କରିବା ଉଦେଶ୍ୟରେ ବିକୃତ ମୁହଁ ଦେଖାଉଥିଲେ। ଏହି ଦେଖି ଭାଷ୍ୟକାର ହାସିବାକୁ ଲାଗିଥିଲେ। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରୁ ଅନେକ ଲୋକ ପସନ୍ଦ କରିଥିଲେ। ପରେ ପଣ୍ଟିଂ ଏହି ଭିଡିଓର ସ୍କ୍ରିନ ସଟ୍‌କୁ ଟ୍ବିଟର୍‌ ପୃଷ୍ଠାରେ ପୋଷ୍ଟ୍‌ କରିଥିଲେ। ଏହାର ଶିରୋନାମାରେ ଲେଖିଥିଲେ, ‘ଦିନେ ମେତେ ଶାନ୍ତିରେ ସାକ୍ଷାତକାର କରିବାକୁ ମିଳିପାରେ’।

ସମ୍ବନ୍ଧିତ ଖବର