କଟକ: ବିଜୁ ପଟ୍ଟନାୟକ ଇନ୍ଡୋର୍ ହଲ୍ରେ ଚାଲିଥିବା ୩୦ତମ ୱାଇଜିଟିଟିଏ ରାଜ୍ୟ ଓପନ ମାନ୍ୟତା ଟେବୁଲ ଟେନିସ୍ (ଟିଟି) ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ମହିଳା ଏକକ ବର୍ଗରେ ରେଳବାଇର ନେହା କୁମାରୀ ବିଜେତା ଓ ଭୁବନେଶ୍ବର ଟିଟିଏର ଶ୍ବେତପଦ୍ମା ଦଳାଇ ଉପବିଜେତା ହୋଇଛନ୍ତି। ପୁରୁଷ ଏକକରେ କଟକର ସାର୍ଥକ ଆର୍ଯ୍ୟ ବିଜେତା ଏବଂ ଶୁଭେନ୍ଦୁ ସ’ ଉପବିଜେତା ହୋଇଛନ୍ତି।
ବିଭିନ୍ନ ବୟସ ବର୍ଗରେ ଗାୟତ୍ରୀ ପଟ୍ଟନାୟକ, ଅନ୍ଭି ସୁଦୀପ କୁମାରୀ, ରୁଦ୍ର ରଣବୀର ଓ ସ୍ବସ୍ତିକ୍ ସିଂହ, ଶ୍ବେତା ବର୍ମା ଓ ଆରାଧ୍ୟା ସାହୁ, ଅଭିଷେକ ଦାସ ଓ କେ. ଶିବଶଙ୍କର, ଜିଜ୍ଞାସୁ ସାଇକିରଣ ପ୍ରଧାନ ଓ ସୟଦ ଅର୍ଶ ଅଲ୍ଲୀ, ଉର୍ଜା ବର୍ମା ଓ ଶ୍ବେତା ବର୍ମା, ବାଳକରେ ଜିଜ୍ଞାସୁ ସାହୁ ଓ ଜିଜ୍ଞାସୁ ସାଇକିରଣ ପ୍ରଧାନ, ଶ୍ବେତପଦ୍ମା ଦଳାଇ ଓ ସାକ୍ଷୀ ଭଗତ ଏବଂ ସାର୍ଥକ ଆର୍ଯ୍ୟ ଓ ଜିଜ୍ଞାଶୁ ସାହୁ ଶୀର୍ଷ ଦୁଇ ସ୍ଥାନ ଦଖଲ କରି ପୁରସ୍କୃତ ହୋଇଛନ୍ତି। ପୁରସ୍କାର ବିତରଣୀ ଉତ୍ସବରେ ଓଡ଼ିଶା ଅଲିମ୍ପିକ୍ସ ସଂଘ ସମ୍ପାଦକ ଅଭିଜିତ ପାଲ, ରାଜ୍ୟ ଟିଟି ସଂଘ ସମ୍ପାଦକ ରବୀନ୍ଦ୍ରପରିଡ଼ା, ଅବଦୁଲ ୱାହିଦ, ନିହାର ରଞ୍ଜନ ମିଶ୍ର ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଜୀବନବଲ୍ଲଭ ସାମଲ, ତପନ ଖା, ବିଜନ ଦାସ ମହାପାତ୍ର, ସୁଜିତ ରାୟ, ସନ୍ଦୀପ ଚକ୍ରବର୍ତ୍ତୀ, କେଏସ୍ଏନ୍ ମୂର୍ତ୍ତି, କେଭିପି ରାମାରାଓ ପ୍ରମୁଖ ଖେଳ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/25/fhsfshfshfxvb-2025-08-25-03-13-37.jpg)