ବ୍ୟାଡ୍‌ମିଣ୍ଟନ୍‌ ଦଳର ବିଦାୟ

ଜାପାନଠାରୁ ହାରି ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ୍‌ ଦଳ କ୍ୱାର୍ଟରରୁ ବିଦାୟ ନେଇଛି। ପିଭି ସିନ୍ଧୁ ବିଶ୍ୱର ଏକ ନମ୍ବର ଖେଳାଳି ଆକିନେ ୟାମାଗୁଚିଙ୍କ ବିପକ୍ଷରେ ହାସଲ କରିଥିବା ଚମକପ୍ରଦ ବିଜୟ ବେକାର ଯାଇଥିଲା। ୟାମାଗୁଚିଙ୍କୁ ସିନ୍ଧୁ ୨୧-୧୮, ୨୧-୧୯ରେ ହରାଇ ଭାରତକୁ ଆଗୁଆ କରି ଦେଇଥିଲେ। ଯୁଗଳ ଲଢ଼େଇରେ ସିକି ରେଡ୍ଡୀ ଓ ଆରତି ସୁନୀଲଙ୍କ ଯୋଡ଼ି ୟୁକି ଫୁକୁସିମା ଓ ସାୟାକା ହିରୋତାଙ୍କଠାରୁ ୧୫-୨୧, ୨୩-୨୫ ଓ ୧୬-୨୧ରେ ହାରି ଯାଇଥିଲେ। ଫଳରେ ଜାପାନ ସ୍ଥିତି ୧-୧ରେ କରିଥିଲା। ନୋଜୋମି ଓକୁହାରା ୨୧-୧୧, ୨୩-୨୫ ଓ ୨୧-୧୬ରେ ସାଇନା ନେହଓ୍ଵାଲଙ୍କୁ ହରାଇବା ପରେ ଜାପାନ ୨-୧ରେ ଆଗୁଆ ହୋଇ ଯାଇଥିଲା। ଚତୁର୍ଥ ଲଢ଼େଇରେ ସିନ୍ଧୁ-ଅଶ୍ୱିନୀ ପୋନାପ୍ପା ଅଲିମ୍ପିକ୍‌ ବିଜେତା ଯୋଡ଼ି ମିସାକି ମାତସୁତୋମୋ ଓ ଆୟାକା ତାକାହାସିଙ୍କଠାରୁ ୧୩-୨୧, ୧୨-୨୧ରେ ହାରିବା ପରେ ଭାରତ ୩-୧ରେ ପରାଜିତ ହୋଇଥିଲା। ପୁରୁଷ ଦଳ ମଧ୍ୟ ଇଣ୍ଡୋନେସିଆଠାରୁ କ୍ୱାର୍ଟର ଫାଇନାଲରେ ୧-୩ରେ ହାରି ବିଦାୟ ନେଇଛି।

ସମ୍ବନ୍ଧିତ ଖବର