ବିବାହ ବନ୍ଧନରେ ଆବଦ୍ଧ ହେଲେ ଭାରତୀୟ ମହିଳା ହକି ତାରକା ସୁନୀତା ଲାକ୍ରା

ରାଉରକେଲା: ଭାରତୀୟ ମହିଳା ହକି ଟିମ୍‌ର ପୂର୍ବତନ ଅଧିନାୟିକା ସୁନୀତା ଲାକ୍ରା ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଅଂଚଳର କେଶରାମାଲ ଚର୍ଚ୍ଚରେ ସୁନୀତା ସବଡେଗା ବ୍ଲକ କିରାଲଗା ଗାଁର ଦୀପକ ଲାକ୍ରାଙ୍କୁ ବିବାହ କରିଛନ୍ତି। ଦୀପକ ପୁଲିସ ବିଭାଗର କାମ କରନ୍ତି। ବିବାହରେ ନିମନ୍ତ୍ରିତ ଅତିଥିମାନେ ଯୋଗ ଦେଇ ନବଦଂପତ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଭାରତର ତଥା ଓଡ଼ିଶାର ଗର୍ବ ସୁନୀତାଙ୍କ ବିବାହ କାର୍ଯ୍ୟକ୍ରମରେ ତାଙ୍କ ସାଥୀ ଖେଲାଳି, ବନ୍ଧୁବାନ୍ଧବ ଓ ହକି ପ୍ରେମୀମାନେ ମଧ୍ୟ ଉପସ୍ଥିତ ହୋଇଛନ୍ତି।

 

ସୁନୀତା ଲାକ୍ରା ରାଜଗାଙ୍ଗପୁରରେ ୧୯୯୧ ଜୁନ ୧୧ରେ ଜନ୍ମ ଗ୍ରହଣ କରିଥିଲେ। ଏସୀୟ କ୍ରୀଡ଼ାରେ ସେ କାଂସ୍ୟପଦକ ହାସଲ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ସୁନୀତାଙ୍କ ବାନ୍ଧବୀ ଲିଲିମା ମିଞ୍ଜଙ୍କୁ ମଧ୍ୟ ବିବାହ ସମାରୋହରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର