ବିରାଟଙ୍କ ଓଠରେ ଚୁମ୍ବନ ଦେଲେ ଯୁବତୀ: ଭିଡିଓ ଭାଇରାଲ

ବିରାଟଙ୍କ ଓଠରେ ଚୁମ୍ବନ ଦେଲେ ଯୁବତୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମର ଖେଳା ଯାଉଥିବା ମ୍ୟାଚରେ ବିରାଟ ପ୍ରଥମ ଇନିଂସରେ ୪୪ ଓ ଦ୍ୱିତୀୟ ଇନିଂସରେ ୨୦ ରନ କରିଥିଲେ। ଏହି ମ୍ୟାଚ୍‌କୁ ଭାରତ ଜିତି ବର୍ଡର ଗାଭାସ୍କର ଟ୍ରଫିର ଟେଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ହୋଇଯାଇଛି।

ବର୍ଡର-ଗାଭାସ୍କର ଟ୍ରଫିରେ ବୀରେନ୍ଦ୍ର ସେହୱାଗଙ୍କ ସର୍ବାଧିକ ରନ ହାସଲ ରେକର୍ଡକୁ ବିରାଟ ଅତିକ୍ରମ କରି ଯାଇଛନ୍ତି। ବିରାଟ ଭାରତର ସର୍ବାଧିକ ଟେଷ୍ଟ ରନ ସ୍କୋରର ତାଲିକାର ୬ଷ୍ଠ ସ୍ଥାନରେ ରହିଛନ୍ତି। ସେ ୧୦୬ଟି ଟେଷ୍ଟ ମ୍ୟାଚ୍‌ରେ ୮୧୯୫ ରନ କରିଛନ୍ତି।

ସେହିପରି ବିଶ୍ୱର ଷଷ୍ଠ ଓ ଦ୍ରୁତତମ ବ୍ୟାଟର ଭାବେ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ୨୫ ହଜାର ରନ ପୂରଣ କରିଛନ୍ତି। ଏହି କ୍ରମରେ ସୋସିଆଲ ମିଡିଆରେ ବିରାଟଙ୍କୁ ଜଣେ ମହିଳା ଚୁମ୍ବନ ଦେଉଥିବା ଭିଡିଓ ଭାଇରାଲ ହୋଇଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବତୀ ବିରାଟ କୋହଲିଙ୍କ ଏକ ମହମ ଷ୍ଟାଚ୍ୟୁ ପାଖରେ ଛିଡ଼ା ହୋଇଛନ୍ତି। କୋହଲିଙ୍କ ଏହି ମହମହ ଷ୍ଟାଚ୍ୟୁ ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ସ୍ଥାପିତ ହୋଇଛି। ଏଠାରେ ଅବିକଳ କୋହଲିଙ୍କୁ ଦେଖି ଯୁବତୀ ବାସ୍ତବରେ ତାଙ୍କର ପ୍ରିୟ ଖେଳାଳିଙ୍କୁ ସାମ୍ନାରେ ପାଇଛନ୍ତି ବୋଲି ଭାବି ଦୌଡ଼ି ଯାଇଥିଲେ। ଆଉ ବିରାଟଙ୍କ ମହମ ଷ୍ଟାଚ୍ୟୁରେ ଚୁମ୍ବନ ଭରି ଦେଇଥିଲେ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଯୁବତୀଙ୍କ ଏଭଳି ବିରାଟଙ୍କ ପ୍ରତି ଭଲ ପାଇବା ଦେଖି ସମର୍ଥନ କରୁଥିବା ବେଳେ ଆଉ କେହିକେହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe