ମହିଳା ‘ଏ’ ଦିନିକିଆ: ଅଷ୍ଟ୍ରେଲିଆଠୁ ହାରିଲା ଭାରତ : ରୀମାଲକ୍ଷ୍ମୀଙ୍କୁ ୨ ୱିକେଟ୍‌

ମୁମ୍ବାଇ: ତିନିଟିକିଆ ମହିଳା ‘ଏ’ ଦିନିକିଆ କ୍ରିକେଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଅତିଥି ଅଷ୍ଟ୍ରେଲିଆ ୯୧ ରନ୍‌ରେ ଭାରତକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି। ବାନ୍ଦ୍ରା କମ୍ପ୍ଲେକ୍ସରେ ସୋମବାର ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୭୧/୮ କରିଥିଲା। ତାହିଲା ମ୍ୟାକ୍‌ଗ୍ରାଥ୍‌ (୫୮) ଅର୍ଧଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ପ୍ରୀତି ବୋଷ୍‌ (୩/୪୨) ଓ ଓଡ଼ିଆ ଝିଅ ରୀମାଲକ୍ଷ୍ମୀ ଏକ୍କା (୨/୪୨) ବୋଲିଂ ସଫଳତା ପାଇଥିଲେ। ଜାବବରେ ଭାରତ ୫୫ ରନ୍‌ରେ ୬ ୱିକେଟ୍‌ ହରାଇ ପରାଜୟ ମୁହଁା ହୋଇଥିଲା। ଏହା ପରେ ଶିଖା ପାଣ୍ଡେ (୪୨) ଏବଂ ପ୍ରୀତି ବୋଷ୍‌ (୬୨*)ଙ୍କ ଅପରାଜିତ ଅର୍ଧଶତକ ଦଳକୁ ବିଜୟ ଦେଇ ନଥିଲା। ଭାରତ ୧୮୦ ରନରେ ସମସ୍ତ ୱିକେଟ୍‌ ହରାଇଥିଲା। ଦ୍ବିତୀୟ ମ୍ୟାଚ୍‌ ବୁଧବାର ଖେଳାଯିବ।

ସମ୍ବନ୍ଧିତ ଖବର